Latest Odisha News

BREAKING NEWS

‘କୋଟିଆ ଜଗିବେ ନେତା ଓ ଅଧିକାରୀ, ଆନ୍ଧ୍ରର ନିର୍ବାଚନକୁ କରିବେ ପଣ୍ଡ’

କୋଟିଆ: କୋଟିଆରେ ଆନ୍ଧ୍ରର ନିର୍ବାଚନୀ କାର୍ଯ୍ୟକଳାପକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ କେନ୍ଦ୍ର କରି କୋଟିଆ ସୀମାନ୍ତ ନେରିଡ଼ିୱାଲସାଠାରେ ଓଡ଼ିଶା ଓ ଆନ୍ଧ୍ର ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ସୀମାନ୍ତ ଅଞ୍ଚଳରେ ଉତ୍ତେଜନା ବଢ଼ିବା ସହ ଉଭୟ ରାଜ୍ୟର ପୁଲିସ ମୁତୟନକୁ ନେଇ ପରିସ୍ଥିତି ଅଧିକ ତିକ୍ତ ହୋଇଛି ।

ଏହି ଘଟଣାକୁ ନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, କୋଟିଆ ଜଗିବେ ନେତା ଓ ଅଧିକାରୀ । ନିର୍ବାଚନ ଦିନ ସବୁ ଦଳର ନେତା ଏକାଠି ହୋଇ କୋଟିଆ ଜଗିବେ । ଏବେ ୮ ପ୍ଲାଟୁନ ପୁଲିସ ନିୟୋଜିତ ଅଛନ୍ତି । ଚେକ ପୋଷ୍ଟ କରି ସୀମା ଜଗିଛି ଓଡ଼ିଶା ପୁଲିସ । ଆନ୍ଧ୍ର ଚାଉଳ ଟ୍ରକ ଫେରାଇବା ସହ ଅଧିକାରୀଙ୍କୁ ଫେରାଯାଇଛି । କୋଟିଆବାସୀ ଏହି ନିର୍ବାଚନକୁ ବିରୋଧ କରୁଛନ୍ତି । କୋରାପୁଟରେ ସମସ୍ତ ଦଳ ଗୋଟିଏ ମଞ୍ଚରେ ଏକାଠି ହୋଇ ବିରୋଧ କରୁଛନ୍ତି । ସ୍ଥାନୀୟ ଲୋକ, ରାଜନୈତିକ ଦଳ, ସାମାଜିକ ସଙ୍ଗଠନ ନିର୍ବାଚନ ଦିନ କୋଟିଆରେ ରହିକି ନିର୍ବାଚନକୁ ପଣ୍ଡ କରିବେ ।

ଏନେଇ ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆନ୍ଧ୍ର ପ୍ରଦେଶରୁ ଯେଉଁ ଚାଉଳ ଗାଡି ଆସିଥିଲା ତାକୁ ଲୋକେ ଫେରାଇଦେଲେ । ଆନ୍ଧ୍ର ପ୍ରଶାସନ ଅଧିକାରୀଙ୍କୁ ଫେରାଇ ଦିଆଯାଇଛି । ଆନ୍ଧ୍ର ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳ ଏବଂ ରାଜ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ହୋଇଛି । କୋଟିଆ ଜଗିବେ ବିଜେଡି ନେତା ଓ କର୍ମୀ । ଆସନ୍ତା ୪ ଓ ୫ ତାରିଖରେ କୋଟିଆ ଜଗିବେ ବିଜେଡି ନେତା ଓ କର୍ମୀ । ନେତା,କର୍ମୀ ଓ ଜନସାଧାରଣଙ୍କୁ ନେଇ ଆନ୍ଦୋଳନରେ ବସିବୁ ବୋଲି କହିଛନ୍ତି ।

Leave A Reply

Your email address will not be published.