Latest Odisha News

BREAKING NEWS

Matrubhumi Release Date: ୨୦ ନଭେମ୍ବରରେ ସଲମାନଙ୍କ ‘ମାତୃଭୂମି’, ସନ୍ନିଙ୍କ ‘ସୂର୍ଯ୍ୟା’ ସହ ହେବ ଟକ୍କର !

ମୁମ୍ବାଇ: ଖୁବଶୀଘ୍ର ରିଲିଜ୍ ହେବ ବହୁପ୍ରତିକ୍ଷୀତ ବଲିଉଡ ମୁଭି ‘ମାତୃଭୂମି’ା ସାମ୍ନାକୁ ଆସିଛି ମୁଭିର ରିଲିଜ୍ ଡେଟ୍ । ୨୦ ନଭେମ୍ବରରେ ମୁଭି ଥିଏଟରକୁ ଆସିବ ବୋଲି ସୂଚନା ମିଳିଛି । ୨୦୨୦ରେ ଭାରତ –ଚୀନ ମଧ୍ୟରେ ହୋଇଥିବା ସଂଘର୍ଷର କାହାଣୀ ହେଉଛି ମାତୃଭୂମି । ପ୍ରଥମ ଏହାର ନାଁ ‘ବ୍ୟାଟେଲ ଅଫ୍ ଗଲୱାନ୍‌’ ରଖାଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ନାମ ପରିବର୍ତ୍ତନ କରି ମାତୃଭୂମି ରଖାଗଲା । ପ୍ରଥମେ ଫିଲ୍ମ ମେକିଂରେ ଅନେକ ସମସ୍ୟା ଦେଖାଦେଇଥିଲା । ଫିଲ୍ମର ଷ୍ଟୋରୀଲାଇନ ଓ ଚୀନର ରେଫରେନ୍ସ ନେଇ ସମସ୍ୟାରେ ପଡିଥିଲେ କ୍ରୀୟୁ । ଏବେ ଯେତେବେଳେ ଦୁଇଦେଶ ମଧ୍ୟରେ ରାଜନୈତିକ ସ୍ଥିତିରେ ସୁଧାର ଆସୁଛି ସେତେବେଳେ ଏପରି ସଂଘର୍ଷର କାହାଣୀ କେତେ ପ୍ରଭାବ ପକାଇବ ସେନେଇ ଫିଲ୍ମର ମେକିଂରେ ଖୁବ ସମସ୍ୟା ଦେଖାଦେଇଥିଲା । ଏସବୁ ଭିତରେ ଫିଲ୍ମର ଟ୍ରେଲରକୁ ଅପେକ୍ଷା କରିଛନ୍ତି ଫ୍ୟାନ୍ । ସରକାରଙ୍କ ତରଫରୁ ଫିଲ୍ମ ପାଇଁ ମଂଜୁରୀ ମିଳିସାରିଥିବା ବେଳେ ସେନ୍ସର ସାର୍ଟିଫିକେଟ୍ ମିଳିନି । କିନ୍ତୁ ଟ୍ରେଲରକୁ ଗ୍ରୀନ ସିଗନାଲ ଦେଇସାରିଛି ସିବିଏଫସି । ତାପରେ ହିଁ ଫିଲ୍ମର ରିଲିଜ୍ ଡେଟ୍ ୨୦ ନଭେମ୍ବରକୁ ଫାଇନାଲ୍ କରିଛି କ୍ରୀୟୁ । ପୂର୍ବରୁ ୧୩ ନଭେମ୍ବରରେ ଫିଲ୍ମ ରିଲିଜ୍ ହେବ ବୋଲି ଶୁଣିବାକୁ ମିଳିଥିଲା । କିନ୍ତୁ ସେନସର ବୋର୍ଡ ସାଟି ର୍ଫିକେଟ୍ ମିଳିବାରେ ବିଳମ୍ବ ହେବାରୁ ରିଲଜ୍ ଡେଟ୍ ଘୁଂଚିଲା । ଏବେ ଫିଲ୍ମର ଡଷ୍ଟ୍ରିବ୍ୟୁସନ କାମ ପୁରା ଦେଶରେ ଜୋରସୋରରେ ଚାଲିଛି । ସଲମାନ ଖାନ୍ ଫିଲ୍ମ ବ୍ୟାନରରେ ପ୍ରସ୍ତୁତ ହେଉଥିବା ମାତୃଭୂମିରେ ସଲମାନ ବିହାର ରେଜମେଂଟ୧୬ର କମାଣ୍ଡଂ ଅଫିସର କର୍ଣ୍ଣଲ ସନ୍ତୋଷ ବାବୁଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମରେ ଅନ୍ୟାନ୍ୟ ରୋଲରେ ଚିତ୍ରାଙ୍ଗଦା ସିଂ, ପ୍ରଶାନ୍ତ ତମାଂଗ, ଅଙ୍କୁର ଭାଟିଆ ଓ ଅଭିଳାସ ଚୌଧୁରୀ ପ୍ରମୁଖ ନଜର ଆସିବେ ।

ସେପଟେ ମାତୃଭୂମି ଫିଲ୍ମ ୨୦ ନଭେମ୍ବରରେ ରିଲିଜ୍ ହେଲେ ସନ୍ନି ଦେଓଲ ଷ୍ଟାରର ‘ସୂର୍ଯ୍ୟା’ ଫିଲ୍ମ ସହ ହେବ ଜୋରଦାର ଟକ୍କର । କାରଣ ସନ୍ନିଙ୍କ ଏହି ଫିଲ୍ମ ମଧ୍ୟ ୨୦ ନଭେମ୍ବରରେ ହିଁ ରିଲିଜ୍ ହେଉଛି । ଯାହାର ରିଲିଜ୍ ଡେଟ୍ ପୂର୍ବରୁ ହିଁ ଫିଲ୍ମର କ୍ରୀୟୁ ଘୋଷଣା କରିସାରିଛନ୍ତି । କ୍ରାଇମ ଥ୍ରୀଲର ଓ ଡ୍ରାମାରେ ଭରପୁର‘ସୂର୍ଯ୍ୟା-ଅନ୍ତ ସେ ଆରମ୍ଭ ତକ୍‌’କୁ ଏମ.ପଦ୍ମକୁମାର ନିର୍ଦ୍ଦେଶନା ଦେଉଥିବା ବେଳେ ଫିଲ୍ମରେ ସନ୍ନି ଦେଓଲଙ୍କ ସହ ରବି କିଶନ ଓ ପ୍ରଜ୍ଞା ଜୟଶୱାଲ ମଧ୍ୟ ନଜର ଆସିବେ । ତେଣୁ ସଲମାନଙ୍କ ମାତୃଭୂମି ସଂଘର୍ଷର ଗାଥା ଆଉ ସନ୍ନିଙ୍କ ସୂର୍ଯ୍ୟା କ୍ରାଇମ ଥ୍ରୀଲର ଭିତରେ କିଏ ଦର୍ଶକଙ୍କ ହୃଦୟ ଜିଣିପାରୁଛି ଦେଖିବାର କଥା ।

 

Leave A Reply

Your email address will not be published.