Latest Odisha News

BREAKING NEWS

ଆପଣ ଜାଣନ୍ତିକି ଧାର୍ମିକ କାର୍ଯ୍ୟରେ କାହିଁକି ଜଳାଯାଏ ନାହିଁ ବାଉଁଶ…

ଭୁବନେଶ୍ୱର: ମଣିଷର ମୃତ୍ୟୁ ପରେ ତାକୁ ବାଉଁଶ କୋକେଇରେ ନେବାର ବିଧି ରହିଥିବା ବେଳେ ହିନ୍ଦୁ ଧର୍ମରେ ଦାହ କାର୍ଯ୍ୟରେ କାଠ ବ୍ୟତୀତ ବାଉଁଶର ଉପଯୋଗ ସମ୍ପୂର୍ଣ୍ଣ ବର୍ଜିତ ଅଟେ ।

ବାଉଁଶ କାଠ କୌଣସି ଧାର୍ମିକ ବିଧିବିଧାନ ହେଉ ଅଥବା ସଂସ୍କାରରେ ଜଳାଇବା କାର୍ଯ୍ୟରେ ଆସେନାହିଁ । ତେବେ କେବଳ ଧାର୍ମିକ କାର୍ଯ୍ୟ ଲାଗି ନା ଏହା ପଛରେ ଅନ୍ୟ ବୈଜ୍ଞାନିକ କାରଣ ରହିଛି ସେ ସମ୍ପର୍କରେ ଆଜି ଆମେ ଆପଣଙ୍କୁ ଜଣାଇବୁ।

ଭାରତୀୟ ଧର୍ମ ଶାସ୍ତ୍ରରେ ବାଉଁଶକୁ ଜଳେଇବା ସମ୍ପୁର୍ଣ୍ଣ ନିଷିଧ। ହୋମ କିମ୍ବା ଯଜ୍ଞ ଆଦିରେ ବିଭିନ୍ନ କାଠର ଉପଯୋଗ ହେଉଥିବା ବେଳେ ବାଉଁଶକୁ ଧାର୍ମିକ କାର୍ଯ୍ୟରେ ବ୍ୟବହାର କରାଯାଏନି।

ଅନ୍ୟପକ୍ଷରେ ଶ୍ମଶାନରେ କାଠ ବ୍ୟତୀତ ଶବ ପୋଡିବାରେ ବାଉଁଶକୁ କେବେବି ବ୍ୟବହାର କରାଯାଏ ନାହିଁ ।

ଆଧ୍ୟାତ୍ମିକ କାରଣ:

ହିନ୍ଦୁ ଧାର୍ମ ନିୟମ ଅନୁଯାଇ ବାଉଁଶ ଜଳାଇଲେ ଲୋକଙ୍କୁ ପିତୃ ଦୋଷ ଲାଗିଥାଏ ବୋଲି କୁହାଯାଏ ।। ଏଣୁ ଲୋକେ ଦୋଷ ଲାଗିବା ଭୟରେ ବାଉଁଶ ଜଳାନ୍ତି ନାହିଁ।

ବୈଜ୍ଞାନିକ କାରଣ:

ଏହାକୁ ନେଇ ବୈଜ୍ଞାନିକ କାରଣ ମଧ୍ୟ ରହିଛି ।ବୈଜ୍ଞାନିକଙ୍କ କହିବା ଅନୁଯାୟୀ ବାଉଁଶରେ ଲିଡ ରହିଥାଏ । ବାଉଁଶ ଜଳିଲେ ସେଥିରୁ ଲିଡ ଅକ୍ସାଇଡ ନିର୍ଗତ ହୁଏ। ଯାହା ନ୍ୟୁରୋଟିକ୍ସିକ ବୋଲି କୁହାଯାଏ ।

ଅନେକ ସମୟରେ ଜଳୁଥିବା ବାଉଁଶ କାଠି ଶାରୀରିକ ସମସ୍ୟାର କାରଣ ପାଲଟିଥାଏ। ବାଉଁଶ ପୋଡା ବାସ୍ନା ନିଶ୍ୱାସରେ ଶରୀରକୁ ପହଞ୍ଚିଯାଏ। ଶରୀରରେ ଏହାର ସାମାନ୍ୟତମ ଉପସ୍ଥିତି କ୍ୟାନସର ଅଥବା ମସ୍ତିସ୍କାଘାତର କାରଣ ହୋଇପାରେ।

Comments are closed.