Latest Odisha News

BREAKING NEWS

କାହିଁକି ଜନ୍ମ ହୁଅନ୍ତି ଦିବ୍ୟାଙ୍ଗ ସନ୍ତାନ, ଜାଣନ୍ତୁ କାରଣ…

ଭୁବନେଶ୍ୱର: ଗର୍ଭରେ ଶିଶୁକୁ ଧାରଣ କରିବା ସମୟରେ ପୁର ଅପେକ୍ଷା ଅଧିକ ଯତ୍ନବାନ ହୋଇଯାଏ ମାଆ।

ପ୍ରତ୍ୟେକ ଗର୍ଭବତୀ ମା’ ଚାହେଁ ଯେ ତା ଗର୍ଭରେ ଥିବା ସନ୍ତାନଟି କିଭଳି ସୁସ୍ଥ ସବଳ ହୋଇ ଜନ୍ମ ହେଉ । କୌଣସି ମା’ ଚାହିଁବନି ତା’ର ପିଲାଟି ଠାରେ କୌଣସି ପ୍ରକାରର ଖୁଣ ରହୁ ବା ଦିବ୍ୟାଙ୍ଗ ଶିଶୁ ଜନ୍ମ ହେଉ । ମାତ୍ର ଡାକ୍ତରଙ୍କ କହିବାନୁସାରେ କିଛି କାରଣବଶତଃ ଏଭଳି ଅଘଟଣ ଘଟିଥାଏ । ଯେଉଁଥିରେ ପିଲାଟି ଦିବ୍ୟାଙ୍ଗ ହୋଇ ଜନ୍ମ ନିଏ।

ଆସନ୍ତୁ ଜାଣିବା କ’ଣ ଏହାର କାରଣ…

ଡାକ୍ତରଙ୍କ ଅନୁଯାୟୀ, ମା’ ଗର୍ଭରେ ଥିବା ସମୟରେ ଅଧିକାଂଶ କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି ର ଅଭାବରେ ପିଲାଟି ଦିବ୍ୟାଙ୍ଗ ହୋଇ ଜନ୍ମନିଏ ।

ଗର୍ଭବତୀ ମହିଳାଙ୍କ ମଧ୍ୟରେ ଅନେକ ହର୍ମୋନରେ ପରିବର୍ତ୍ତନ ଦେଖାଯିବା କାରଣରୁ ତାଙ୍କୁ ଅନେକ କିଛି ଖାଇବାକୁ ଇଛା ହୋଇଥାଏ । ଯାହା ମା’ ପାଟିକୁ ତ ସୁଆଦିଆ ଲାଗିଥାଏ କିନ୍ତୁ ପେଟରେ ଥିବା ଶିଶୁ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ ।

କେଉଁ ଦିଗ ପ୍ରତି ଧ୍ୟାନ ଦେଲେ ଗର୍ଭସ୍ଥ ଶିଶୁ ଦିବ୍ୟାଙ୍ଗ ହେବାର ଆଶଙ୍କା କମ୍ ଥାଏ…

ସୁସ୍ଥ ଛୁଆଟିଏ ପାଇବା ପାଇଁ ଅଧିକ ସତର୍କତା ଏବଂ ସୁରକ୍ଷାକୁ ଧ୍ୟାନରେ ରଖନ୍ତୁ ।

ଗର୍ଭ ଧାରଣ ସମୟରେ ମହିଳାଙ୍କୁ ନିଜ ଖାଦ୍ୟପେୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ । ତଟକା ଫଳ ସହ ସବୁଜ ପନିପରିବା ଖାଇବା ଆବଶ୍ୟକ ।

ଫାଷ୍ଟପୁଡ୍ ର ବର୍ଜନ କରିବା ଆବଶ୍ୟକ ଏବଂ ଫଲିକ୍ ଏସିଡ୍ ଯୁକ୍ତ ଖାଦ୍ୟ ଖାଇବା ଦରକାର । ଯାହାଦ୍ୱାରା ମା’ ଏବଂ ପିଲା ମଧ୍ୟରେ ରକ୍ତ ଅଭାବର କୌଣସି ଲକ୍ଷଣ ଦେଖାଯିବ ନାହିଁ ।

ଗର୍ଭବତୀ ଥିବା ସମୟରେ ମହିଳାଙ୍କୁ ସଂକ୍ରମଣଯୁକ୍ତ ଲୋକଙ୍କ ଠାରୁ ଦୂରେଇ ରହିବା ନିତାନ୍ତ ଜରୁରୀ ।

ଗର୍ଭବତୀ ମହିଳା ଜନଗହଳି ପୂର୍ଣ୍ଣ ସ୍ଥାନ ତଥା ଗାଡିର ପେଁ ପାଁ ଶୋରଶବ୍ଦରୁ ଦୂରେଇ ରହିବା ଆବଶ୍ୟକ । ସହରଠାରୁ ଦୂରରେ ରହିଲେ ଗର୍ଭରେ ଥିବା ଛୁଆଟି ସୁସ୍ଥ ହୋଇଥାଏ । କିନ୍ତୁ ଅଧିକ ଶବ୍ଦ ଛୁଆଟି ଉପରେ ପଡିଲେ ସେ କାଲା ହୋଇ ଜନ୍ମ ହୋଇଥାଏ ।

ଫାଷ୍ଟଫୁଡ୍ ଏବଂ ମଦ,ସିଗାରେଟ୍ ଭଳି କିଛି ବି ନିଶାକୁ ସେବନ କରନ୍ତୁ ଏହାର ସିଧାସଳଖ ପ୍ରଭାବ ଛୁଆର ମସ୍ତିଷ୍କ ଉପରେ ପଡିବ ।

Leave A Reply

Your email address will not be published.