Latest Odisha News

BREAKING NEWS

ଜଙ୍ଗଲ ମନ୍ତ୍ରୀଙ୍କ ବଡ଼ ବୟାନ: ଓଡିଶାରେ ରହିବେ ଓରାଙ୍ଗଓଟାନ!

ଭୁବନେଶ୍ୱର: ବଣ ମଣିଷ ଛୁଆଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀଙ୍କ ବଡ଼ ବୟାନ। ଓଡିଶାରେ ରହିପାରନ୍ତି ୫ ଓରାଙ୍ଗଓଟାନ। ଏପର୍ଯ୍ୟନ୍ତ ଦାବି କରିନାହାଁନ୍ତି କୌଣସି ଦେଶ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ବିଚିତ୍ରପୁର (ରଣକାଠା) ଜଙ୍ଗଲରୁ ଉଦ୍ଧାର କରାଯାଇଥିବା ୫ଟି ବିରଳ ଓରାଙ୍ଗଓଟାନ ଛୁଆ ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହିବେ। ଏହି ବିଦେଶୀ ଜୀବଗୁଡ଼ିକୁ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ଚୋରା ଚାଲାଣରୁ ଜବତ କରାଯାଇଥିଲା ଏବଂ ସେମାନଙ୍କର ଉପଯୁକ୍ତ ଯତ୍ନ ପାଇଁ ନନ୍ଦନକାନନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ପ୍ରାରମ୍ଭରେ ଏହି ଛୁଆମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇ ଚିକିତ୍ସା କରାଯାଉଥିଲା। ସେମାନଙ୍କର ମାନସିକ ଚାପ ଦୂର କରିବା ପାଇଁ ସ୍ୱତନ୍ତ୍ର ଖେଳନା, ଦୋଳି ଏବଂ ମ୍ୟୁଜିକ ଥେରାପିର ବ୍ୟବସ୍ଥା ମଧ୍ୟ ହୋଇଥିଲା। ଡାକ୍ତରୀ ଦଳର ନିରନ୍ତର ତତ୍ତ୍ୱାବଧାନ ଯୋଗୁଁ ସେମାନେ ରକ୍ତହୀନତା (Anemia) ଓ ଜ୍ୱରରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ବର୍ତ୍ତମାନ ଓଜନ ବଢ଼ାଇବାରେ ଲାଗିଛନ୍ତି।

ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାରୁ ଏବଂ ସେମାନେ ଏଠାକାର ପାଣିପାଗ ସହ ଖାପଖୁଆଇ ନେଇଥିବାରୁ, ବର୍ତ୍ତମାନ ସେମାନଙ୍କୁ ଏକ ବଡ଼ ଏବଂ ଖୋଲା ଏନକ୍ଲୋଜରକୁ ସ୍ଥାନାନ୍ତର କରିବା ପାଇଁ ପ୍ରକ୍ରିୟା ଜାରି ରହିଛି। କିଛି ଦେଶ ଏହି ଜୀବଗୁଡ଼ିକ ଉପରେ ଦାବି କରୁଥିଲେ ମଧ୍ୟ ଉପଯୁକ୍ତ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ବାଣିଜ୍ୟ ଆଇନ (CITES) ଏବଂ ପ୍ରମାଣ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବର୍ତ୍ତମାନ ପାଇଁ ଓଡ଼ିଶା ସରକାର ଓ ନନ୍ଦନକାନନ କର୍ତ୍ତୃପକ୍ଷ ଏହି ସୁନ୍ଦର ବିରଳ ଜୀବମାନଙ୍କୁ ନିଜ ପାଖରେ ରଖିବା ପାଇଁ ଆଶାବାଦୀ ଅଛନ୍ତି।

Leave A Reply

Your email address will not be published.