Latest Odisha News

BREAKING NEWS

୨୦୨୪ ବର୍ଷ ପାଇଁ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ, ୧୬ ଡାକ୍ତର ସମ୍ମାନିତ

ଭୁବନେଶ୍ୱର: ଓଡିଶା ବିଜ୍ଞାନ ଏକାଡେମୀ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି ବୈଜ୍ଞାନିକ ସମ୍ବର୍ନ୍ଧନା ଓ ପୁରସ୍କାର ଉତ୍ସବ । ନଭେମ୍ବର ୯ତାରିଖ ସୋମବାର ଜୟଦେବ ଭବନଠାରେ ୨୦୨୪ ବର୍ଷ ପାଇଁ ଏହି ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ ହୋଇଛି । ଏକାଡେମୀ ସଭାପତି ଶିବାନୀ ମହାନ୍ତିଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ୧୬ ଜଣ ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରିଥିଲେ ।

ବରିଷ୍ଠ ବନ୍ୟପ୍ରାଣୀ ବିଜ୍ଞାନୀ ଲାଲା ଅଶ୍ୱିନ କୁମାର ସିଂହ, ଡକ୍ଟର ସୁଧାକର କର, କୃଷି ବିଜ୍ଞାନୀ ପ୍ରଫେସର ରବୀନ୍ଦ୍ର ପଣ୍ଡା, ପ୍ରାଣୀ ବିଜ୍ଞାନୀ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଓ ରସାୟନ ବିଜ୍ଞାନୀ ପ୍ରଫେସର ବିଜୟ କୁମାର ମିଶ୍ରଙ୍କୁ ବିଜ୍ଞାନ ଗବେଷଣା ଓ ବିଜ୍ଞାନକୁ ଲୋକପ୍ରୀୟ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ବୈଜ୍ଞାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଛି । ବୈଜ୍ଞାନିକ ଉତ୍କର୍ଷ ପାଇଁ ରାଜ୍ୟରେ କାର୍ଯ୍ୟରତ ଡାକ୍ତର ସୁରେନ୍ଦ୍ର କୁମାର ବିଶ୍ୱାଳକୁ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଡକ୍ଟର ଉମାକାନ୍ତ ଶୁବୁଦ୍ଧି, ପ୍ରଫେସର ଶୁଭଂକର ବେଦାନ୍ତ, ପ୍ରଫେସର ଜଗଦ୍ଦୀଶ ଚନ୍ଦ୍ର ପାଲ୍ ଓ ଓଡିଶା ବାହାରେ କାମ କରୁଥିବା ବୈଜ୍ଞାନିକ ପ୍ରଫେସର ରଘୁନାଥ ସାହୁଙ୍କୁ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାରରେ ପୁରସ୍କୃତ କରାଯାଇଛି । ଅନେକ ଯୁବ ଡାକ୍ତରଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି । ଡକ୍ଟର ଭଗବାନ ପାତ୍ର ଓ କୃତିବାସ ନାୟକଙ୍କୁ ପ୍ରାଣକୃଷ୍ଣ ପରିଜା ଲୋକପ୍ରୀୟ ବିଜ୍ଞାନ ପୁସ୍ତକ ପୁରସ୍କାର ପ୍ରଦାନ କରାଯାଇଛି ।

ଏହି ଅବସରରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂ ଓ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଆରୁମୁଗମ ସମ୍ମାନିୟ ଅତିଥି ଭାବେ ଯୋଗଦେଇଥିଲେ ।

Leave A Reply

Your email address will not be published.