ମୁମ୍ବାଇ: ୨୫ ନଭେମ୍ବର ଯାଏ ମୁମ୍ବାଇରେ ବାଣ ବ୍ୟାନ୍ । ସିଧା ଉପରକୁ ଉଠୁଥିବା ଆତସବାଜି ଫୁଟାଇବା ଉପରେ ଶକ୍ତ କଟକଣା ଲଗାଇଛି ବିଏମସି । ବାଣରୁ ଅଗ୍ନିକାଣ୍ଡ ଓ ବିସ୍ଫୋରଣ ଘଟଣା ବଢୁଥିବାରୁ ଏପରି ନିର୍ଦ୍ଦେଶନାମା ଜାରି କରିଛି ବିଏମସି । ସାଧାରଣତଃ ରକେଟ୍ ଜଳାଇଲା ବେଳେ କାହା ଘର ଛାତ, ବାଲକୋନୀ ଏବଂ ଝରକା ଦେଇ ଘରକୁ ପଶିଥିବାରୁ ଅଗ୍ନିକାଣ୍ଡ ଘଟୁଛି । ମୁମ୍ବାଇରେ ଜନସଂଖ୍ୟା ଅନୁସାରେ ଉଚ୍ଚ କୋଠା ଓ ଛୋଟ ବସ୍ତିରେ ଏପରି ଘଟଣା ଘଟିବା ସମ୍ଭାବନା ଥିବାରୁ ରକେଟରେ କଟକଣା ଲଗାଯାଇଛି । ସୋମବାର ମଧ୍ୟରାତ୍ରୀ ୧୨ଟାରୁ ଏହି ପ୍ରତିବନ୍ଧକ ଲାଗୁ ହେବ । ନିର୍ଦ୍ଦେଶ ପାଳନ ପାଇଁ ପୋଲିସକୁ ଦାୟିତ୍ୱ ଦିଆଯାଇଛି । ଏହାଛଡା ବିଏମସିର ବିଭାଗୀୟ ସହାୟକ ଓ ଅଗ୍ନିଶମ ବାହିନୀଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଇଛି । ଏହାଛଡା ବିଏମସି ମେୟର ରିତୁ ତାଉଡେ ବାଣ ଫୁଟାଇବା ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖିବାକୁ ନିବେଦନ କରିଛନ୍ତି । ସମସ୍ତ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି ।
ଦୀପାବଳି, ଖୁସି, ଆଲୋକ ଓ ସକରାତମ୍କତାର ଏକ ସୁନ୍ଦର ପର୍ବ । ଦୀପାବଳି ଅବସରରେ ବାଣ ଫୁଟିବା ସମୟରେ ମୁମ୍ବାଇର ଅନେକ ସ୍ଥାନରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ସେସବୁର ପୁନରାବୃତ୍ତି ନହେବା ପାଇଁ ମେୟର ଏହି ନିର୍ଦ୍ଦେଶନାମା ଜାରି କିରଛନ୍ତି । ଜନସାଧାରଣ ସ୍ଥାନ, ଗଳିକନ୍ଦି, ଫୁଟପାଥରେ ବାଣ ନଫୁଟାଇବାକୁ ଅନୁରୋଧ କରିଛନ୍ତି । ରକେଟ୍ ଏବଂ ଆକାଶରେ ଉଡୁଥିବା ବାଣରୁ ବଂଚିବାକୁ ଅନୁରୋଧ କରିଛନ୍ତି । ବଡ କୋଠା, ଛୋଟ ବସ୍ତି ଓ ଗାଡି ଠାରୁ ଦୂରରେ ବାଣ ଫୁଟାଇବାକୁ ଅନୁରୋଧ କରିଛନ୍ତି । ଦୀପାବଳି ପର୍ବକୁ ସୁରକ୍ଷିତ ଭାବେ ମନାନ୍ତୁ କିଛି ଅଘଟଣ ଘଟିଲେ ତୁରନ୍ତ ଅଗ୍ନିଶମ ବାହିନୀର ୧୦୧ ବା ବିଏମସିର ୧୯୧୬ ହେଲ୍ପଲାଇନ ନମ୍ବରକୁ ଫୋନ୍ କରିବାକୁ ଅନୁରୋଧ କରିଛି ବିଏମସି । ଆପଣଙ୍କ ସାବଧାନତାରୁ କିଛି ଜୀବନ ସୁରକ୍ଷିତ ହିପାରିବେ ବୋଲି କହିଛନ୍ତି ମେୟର । ନିୟମ ପାଳନ କରି ଦୀପାବଳିରେ ବାଣ ଫୁଟାନ୍ତୁ ବୋଲି ଅନୁରୋଧ କରିଛନ୍ତି ମେୟର ।
