ମୁମ୍ବାଇ: ଟି-୨୦ ବିଶ୍ୱକପ୍ ବିଜେତା ଭାରତୀୟ ଦଳର ଅଧିନାୟକ ସୂର୍ୟ୍ୟକୁମାର ଯାଦବଙ୍କୁ ଆଗାମୀ ସୟେଦ ମୁସ୍ତାକ୍ ଅଲି ଟି-୨୦ ଟ୍ରଫି ପାଇଁ ମୁମ୍ବାଇ ଟିମ୍ର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ସୋମବାର ୧୬ ଜଣିଆ ଦଳର ଘୋଷଣା କରିଛି ।ଅଧିନାୟକ ଦାୟିତ୍ୱ ପାଇବା ପରେ ସୂର୍ୟ୍ୟକୁମାର ଯାଦବ ଖୁସି ବ୍ୟକ୍ତ କରି କହିଛନ୍ତି ଯେ, ମୁମ୍ବାଇର ପ୍ରତିନିଧିତ୍ୱ କରିବା ସର୍ବଦା ଗର୍ବର ବିଷୟ । ସେ କହିଛନ୍ତି ଯେ ଦଳରେ ଅଭିଜ୍ଞ ତଥା ଯୁବ ପ୍ରତିଭାମାନଙ୍କର ଏକ ଭଲ ମିଶ୍ରଣ ରହିଛି ଏବଂ ସମସ୍ତଙ୍କ ମିଳିତ ପ୍ରୟାସରେ ଟ୍ରଫି ଜିତିବା ହିଁ ଦଳର ମୁଖ୍ୟ ଲକ୍ଷ୍ୟ ରହିବ ।
ଦଳର ୩ ଜଣ ପ୍ରମୁଖ ଖେଳାଳି ଅନୁପସ୍ଥିତ ଅଛନ୍ତି । ତନୁଷ କୋଟିଆନ୍ ଏବଂ ସୂର୍ୟ୍ୟାଂଶ ଶେଡଗେ ଦୋହାରେ ଅନୁଷ୍ଠିତ ହେବାକୁଥିବା ରାଇଜିଂ ଷ୍ଟାର୍ସ ଏସିଆ କପ ପାଇଁ ଭାରତ ଏ ଦଳରେ ସ୍ଥାନ ପାଇଛନ୍ତି । ଶ୍ରେୟସ ଆୟର ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ସହ ଅଛନ୍ତି ।
ମୁମ୍ବାଇ: ସୂର୍ୟ୍ୟକୁମାର ଯାଦବ (ଅଧିନାୟକ), ଅଥର୍ବ ଅଙ୍କୋଲେକର, ଅଙ୍ଗକ୍ରିଷ ରଘୁବଂଶୀ (ୱିକେଟକିପର), ଶାମ୍ସ ମୁଲାନୀ, ଦିବ୍ୟାଂଶ ସକ୍ସେନା, ମ୍ୟାକ୍ସୱେଲ ସ୍ୱାମୀନାଥନ, ସୁବେଦ ପାରକର, ତୁଷାର ଦେଶପାଣ୍ଡେ, ମୁଶିର ଖାନ, ଶାରଦୁଲ ଠାକୁର, ସରଫରାଜ ଖାନ, ମୋହିତ ଅବସ୍ଥି, ସୈରାଜ ପାଟିଲ, ସିଲ୍ଭେଷ୍ଟର ଡି’ସୌଜା, ଶିବମ ଦୁବେ ଏବଂ ହାର୍ଦ୍ଦିକ ତାମୋରେ (ୱିକେଟକିପର) ।
