Latest Odisha News

BREAKING NEWS

Northen Railway Recuritment : ବିନା ପରୀକ୍ଷାରେ ୪୬ଶହରୁ ଅଧିକ ପଦରେ ହେବ ନିଯୁକ୍ତି, ୧୧ନଭେମ୍ବରରୁ ଆବେଦନ

ବ୍ୟୁରୋ: ସରକାରୀ ଚାକିରୀ ପାଇଁ ପ୍ରସ୍ତୁତ ହେଉଥିବା ଯୁବକଙ୍କ ପାଇଁ ଖୁସି ଖବର । ରେଲୱେରେ କାମ ଶିଖିବା ଓ ଅନୁଭବ ପାଇଁ ଆସିଛି ନୂଆ ସୁଯୋଗ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆବେଦନକାରୀଙ୍କୁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡିବନି । ରେଲୱେ ତରଫରୁ ୪୬ଶହରୁ ଅଧିକ ପୋଷ୍ଟ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଯାହାର ଆବେଦନ ୧୧ ନଭେମ୍ବର ଅର୍ଥାତ୍ ବୁଧବାରଠାରୁ ଆରମ୍ଭ ହେଉଛି । ଏଥିପାଇଁ ଦଶମ ପାସ୍ ଏବଂ ଆଇଟିଆଇର ଯୋଗ୍ୟତା ଆବଶ୍ୟକ । ଯେଉଁ ଯୁବକ ମାନେ ବହୁ ସମୟ ଧରି ରେଲୱେରେ କାମ କରିବାକୁ ଇଚ୍ଛୁକ ଥିଲେ ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ତେବେ ଏହା ଏକ ନିୟମିତ ଚାକିରି ନୁହେଁ ବରଂ ଶିକ୍ଷାର୍ଥୀ ତାଲିମ ପାଇଁ ନିଯୁକ୍ତିର ସୁଯୋଗ ।

ସୂଚନା ଅନୁସାରେ ଉତ୍ତର ରେଲୱେ ଜୋନର ନିଯୁକ୍ତି ପ୍ରକୋଷ୍ଠ ୪ହଜାର ୬୫୧ ଶିକ୍ଷାର୍ଥୀ ପଦବୀରେ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ଜାରି କରିଛି । ଏହି ନିଯୁକ୍ତି ଶିକ୍ଷାର୍ଥୀ ଆଇନ ୧୯୬୧ ଅନୁଯାୟୀ କରାଯିବ । ଏହା ମାଧ୍ୟମରେ ଯୁବକମାନଙ୍କୁ ରେଳୱେର ବିଭିନ୍ନ ବିଭାଗ କର୍ମଶାଳା ଓ ୟୁନିଟରେ ତାଲିମ ଦିଆଯିବ । ନିଯୁକ୍ତି ପାଇଁ ଆବେଦନ ୧୧ ନଭେମ୍ବରରୁ ଆରମ୍ଭ ହେବ । ପ୍ରାର୍ଥୀ ଡିସେମ୍ବର ୧୧ ଯାଏ ଅନଲାଇନରେ ଉତ୍ତର ରେଲୱେର ସରକାରୀ ୱେବସାଇଟରେ ଆବେଦନ କରିପାରିବେ । ଏହି ନିଯୁକ୍ତି ଅଭିଯାନ ଅଧିନରେ, ଲକ୍ଷ୍ନୌ କ୍ଲଷ୍ଟରରେ ସର୍ବାଧିକ ପଦବୀ ଖାଲି ପଡିଛି । ଏହାପରେ ଦିଲ୍ଲୀ, ଅମ୍ବାଲା, ଫିରୋଜପୁର, ମୋରାଦାବାଦ, ଜମ୍ମୁ କ୍ଲଷ୍ଟର ପାଇଁ ପ୍ରାର୍ଥୀ ଚୟନ କରାଯିବ । ମୋଟ୍ ୬ଟି ଉତ୍ତର ରେଲୱେ କ୍ଲଷ୍ଟର ପାଇଁ ୪ହଜାର ୬୫୧ ନିଯୁକ୍ତି ପଦବୀ ପାଇଁ ଆବେଦନ କରିବେ ।

ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଅତିକମରେ ୫୦ ପ୍ରତିଶତ ମାର୍କରେ ଦଶମ ପାସ୍ କରିଥିବା ଆବଶ୍ୟକ । ଏହାସହ ଆଇଟିଆଇ ପ୍ରମାଣ ପତ୍ର ବାଧ୍ୟତାମୂଳକ । ୧୫ରୁ ୨୪ ବର୍ଷ ମଧ୍ୟରେ ରହିଛି ବୟସସୀମା । ଏସସିଏସଟି ପ୍ରାର୍ଥୀଙ୍କୁ ବୟସରେ ୫ବର୍ଷ ରିହାତି ଓବିସିଙ୍କ ପାଇଁ ୩ ବର୍ଷ ଛାଡ । ବିନା ପରୀକ୍ଷା ଓ ଇଂଟରଭ୍ୟୁରେ କେବଳ ମେରିଟ୍ ଆଧାରରେ ହେବ ଚୟନ । ସାଧାରଣ ଓ ଓବିସି ବର୍ଗ ପ୍ରାର୍ଥୀଙ୍କୁ ଶହେ ଟଙ୍କା ଆବେଦନ ଫି ଦେବାକୁ ହେବ , ଏସସି ଏସଟିଙ୍କୁ ମାଗଣା । ତେବେ ତାଲିମ ପରେ ସ୍ଥାୟୀ ଚାକିରିର କୌଣସି ଗ୍ୟାରେଂଟି ନଥିବା କୁହାଯାଉଛି । ଏହି ପଦବୀରେ ନିଯୁକ୍ତିର ଉଦେ୍ଦଶ୍ୟ ପିଲାଙ୍କୁ ବୈଷୟିକ ଓ ବ୍ୟବହାରିକ ତାଲିମ ପ୍ରଦାନ କରିବା , ଫଳରେ ସେମାନେ ସମ୍ପୃକ୍ତ କ୍ଷେତ୍ରରେ କାର୍ଯ୍ୟ ଅଭିଜ୍ଞତା ହାସଲ କରିପାରିବେ । ତେଣୁ ଆବେଦନ ପୂର୍ବରୁ ପ୍ରାର୍ଥୀ ସମସ୍ତ ନିୟମ ଓ ସର୍ତ୍ତାବଳୀ ପଢିବାକୁ ସୂଚନା ।

 

Leave A Reply

Your email address will not be published.