ବାରିପଦା:ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ବଜାର ନିକଟ ଜାତୀୟ ରାଜପଥ-୧୮ ନିକଟରେ ଦୁର୍ଘଟଣା । ‘ଶ୍ୟାମଳୀ’ ନାମକ ଏକ ଘରୋଇ ବସ୍ ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ପ୍ରାୟ ୪୨ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଯାଉଥିବା ବେଳେ ଦୁଇ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି।
ସୂଚନାଥାଉକି, ମୟୂରଭଞ୍ଜଜିଲ୍ଲା ଝାରପୋଖରିଆ ବଜାର ନିକଟସ୍ଥ ଜାତୀୟ ରାଜପଥ-୧୮ ଉପରେ ଆଜି ଭୋର ପ୍ରାୟ ୩ଟା ସମୟରେ ପ୍ରାୟ ୪୨ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଯାଉଥିବା ଏକ ଘରୋଇ ‘ଶ୍ୟାମଳୀ’ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ଭୟଙ୍କର ଦୁର୍ଘଟଣା ଘଟିଛି। ଯେଉଁଥିରେ ଦୁଇ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୧୦-୧୫ ଜଣ ଆହତ ହୋଇଛନ୍ତି।
ଖବର ପାଇ ଝାରପୋଖରିଆ ପୋଲିସ ଏବଂ ସାରସକଣା ଓ ବାଙ୍ଗିରିପୋଷି ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସହ ଗୁରୁତରଙ୍କୁ ନିକଟସ୍ଥ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି ।
