Latest Odisha News

BREAKING NEWS

ୟୁପିରେ ବାଣ ବିବାଦକୁ ନେଇ ରଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀଙ୍କୁ ଗୁଳିମାଡ ଘଟଣା, ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି ପୋଲସି

ଉତ୍ତରପ୍ରଦେଶ : ବାଗପତ ଜିଲ୍ଲାରେ ଦୀପାବଳି ରାତିରେ ବାଣ ଫୁଟାଇବାକୁ ନେଇ ବିବାଦରୁ ଗୁଳିଚାଳନା ହେବା ପରେ ରଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀଙ୍କ ସହିତ ନିୟୋଜିତ ଜଣେ ଯବାନଙ୍କ ମୁଣ୍ଡରେ ଗୁଳି ମାଡ ହୋଇଥିଲା । ସୌରଭ ତୋମାର ନାମକ ଆହତ ସୈନିକଙ୍କ ଚିକିତ୍ସା ମେରଠର ଏକ ଘରୋଇ ହସ୍ପିଟାଲରେ ଚାଲିଛି । ଯେଉଁଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ପୋଲିସ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ, ସୌରଭ ତୋମାର ତାଙ୍କ ଭାଇ ବିନୀତ ଏବଂ ମିଂଟୁଙ୍କ ସହ ତାଙ୍କ ଘର ବାହାରେ ବାଣ ଫୁଟାଉଥିଲେ । ସେତେବେଳେ ଦୁଇ ଗ୍ରାମବାସୀ , ଧୀରଜ ଏବଂ ମୋନୁ ଓରଫ ପ୍ରବୀଣଙ୍କ ସହିତ ଯୁକ୍ତିତର୍କ ହୋଇଥିଲା । ବାକ୍ ବିବାଦ ଶୀଘ୍ର ହିଂସାରେ ପରିଣତ ହୋଇଥିଲା । ଦୁଇପକ୍ଷ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରୁ, ଧୀରଜ ଏକ ଦେଶୀ ପିସ୍ତଲ ବାହାର କରି ଗୁଳି ଚଳାଇଥିବା ଅଭିଯୋଗ ହୋଇଛି । ଗୋଟିଏ ଗୁଳି ପ୍ରଥମେ କାନ୍ଥରେ ବାଜିଥିଲା ଏବଂ ତାପରେ ସୌରଭଙ୍କ ମୁଣ୍ଡ କଡ ଦେଇ କାନ ପଛରେ ବାଜିଥିଲା । ଗୁଳି ବାଜିବା ପରେ ସୌରଭ ତଳେ ପଡିଗଲେ । ପ୍ରାୟ ସେହି ସମୟରେ ଧୀରଜଙ୍କ ଭାଇ ଏକ ବାଡି ଧରି ଆସି ବିନୀତଙ୍କୁ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି । ପରବର୍ତ୍ତୀ ଝଗଡାରେ ମିଂଟୁ ମୋନୁ ଓରଫ ପ୍ରବୀଣଙ୍କୁ ବାଡିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଜମା ହୋଇଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ । ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସୂଚନା ଅନୁସାରେ, ଦୁଇପକ୍ଷ ପରସ୍ପରକୁ ପରିଚିତ ଥିଲେ ଏବଂ ପୂର୍ବରୁ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବଜାୟ ରଖିଥିଲେ । ସେମାନେ ପ୍ରାୟ ଦୁଇ ମାସ ପୂର୍ବେଏକାଠି ସମୟ ବିତାଉଥିବା କୁହାଯାଉଥିଲା ଏବଂ ପୂର୍ବ ବିବାଦରେ ଜଡିତ ଥିବା ଜଣାପଡିଛି ।

୨୬ ବର୍ଷୀୟ ସୌରଭ୨୦୨୧ରେ ସେନାରେ ନିଯୁକ୍ତି ପାଇଥିଲେ ଏବଂ ସେ ବର୍ତ୍ତମାନ ରଷ୍ଟ୍ରପତି ଭବନରେ ଭାରତୀୟ ସେନାର ସବୁଠାରୁ ପୁରୁଣା ଏବଂ ବରିଷ୍ଠ ଅଶ୍ୱାରୋହୀ ରେଜିମେଂଟ, ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀର ଅଂଶ ଭାବରେ ତାଙ୍କ ଜନ୍ମସ୍ଥାନକୁ ଫେରିଥିଲେ । ଗୁଳିକାଣ୍ଡ ପରେ ପରିବାର ସଦସ୍ୟମାନେ ତାଙ୍କୁ ବରୌତର କମ୍ୟୁନିଟି ହେଲ୍‌ଥ ସେଂଟରକୁ ନେଇଥିଲେ । ପରେ ତାଙ୍କୁ ମିରଟ ମେଡିକାଲ କଲେଜକୁ ରେଫର କରାଯାଇଥିଲା । କିନ୍ତୁ ପରିବାର ତାଙ୍କୁ ମିରଟର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିନେଇଥିଲେ । ଡାକ୍ତରମାନେ ଅେସ୍ତ୍ରୋପଚାର ମାଧ୍ୟମରେ ତାଙ୍କ ମୁଣ୍ଡରୁ ଗୁଳିକୁ ସଫଳତାର ସହ ବାହାର କରିଛନ୍ତି । ସେ ଏବେ ମଧ୍ୟ ଇଂଟେନସିଭ୍ କେୟାର ୟୁନିଟରେ ଭର୍ତ୍ତି ଅଛନ୍ତି । ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ସୌରଭଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଧୀରଜ ଏବଂ ମୋନୁ ଓରଫ ପ୍ରବୀଣ ବିରୋଧରେ ଏଫଆଇର ରୁଜୁ କରି ଫେରାର ଅଭିଯୁକ୍ତଙ୍କୁ ଗିରଫ ପାଇଁ ପ୍ରୟାସ ଜାରି ରଖିଥିବା ପୋଲସି କହିଛି । ଘଟଣାପରେ ସୌରଭଙ୍କ ବାପା ଜନକ ରାଜ ଜରୁରୀକାଳୀନ ହେଲ୍ପଲାଇନକୁ ଫୋନ୍ କରି ପୋଲିସକୁ ସତର୍କ କରାଇଥିଲେ । ପୋଲିସ ଟିମ୍ ଗାଁରେ ପହଂଚି ତଦନ୍ତ କରିଥିଲେ । ବରୌଟର ସର୍କଲ ଅଫିସର ଅତିରିକ୍ତ ପୋଲିସ ଅଧିକ୍ଷକଙ୍କ ସମେତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଆହତଙ୍କୁ ପ୍ରଥମେ ବରୌଟ ପରେ ମିରଟ ମେଡିକାଲରେ ଚିକିତ୍ସା ପାଇଁ ନିଆଯାଇଥିଲା ।

Leave A Reply

Your email address will not be published.