Latest Odisha News

BREAKING NEWS

Malaysia Flash Flood Update: ମାଲେସିଆରେ ଦୁଃଖର ଦୀପାବଳି, ହଠାତ୍ ବନ୍ୟାରେ କେରଳମ୍‌ର ୨ ମୃତ, ତାମିଲନାଡୁର ଜଣେ ନିଖୋଜ ସୂଚନା

ବ୍ୟୁରୋ: ସୋମବାର ସନ୍ଧ୍ୟାରେ ମାଲେସିଆ ରାୱଙ୍ଗଠାରେ ଭୂସ୍ଖଳନ ଯୋଗୁ ହଠାତ୍ ସୃଷ୍ଟି ହୋଇଥିଲା ଭୟଙ୍କର ବନ୍ୟା । ଫ୍ଲାସ ଫ୍ଲଡରେ ଅନେକ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଅନେକ ନିଖୋଜ ଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ରହିଛନ୍ତି କେରଳମର ୨ଜଣ । ଏର୍ଣ୍ଣାକୁଲମ ପିରାଭୋମ୍ ନିକଟ ଚିରକାଟୁପଡାର ୩୫ ବଷୀ ର‌୍ୟ କେ.ବି ଅନୀଶ ଓ କୋଝିକୋଡେ କଲପାଥୁରର ୪୪ ବର୍ଷୀୟ ଲିନିଲ୍ । ଦୀପାବଳି ଛୁଟି ପାଳନ କରିବାକୁ ରାୱଙ୍ଗ ନିକଟ ହ୍ରଦ କୂଳକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା । ପ୍ରବଳ ବର୍ଷା ଯୋଗୁ ହଠାତ୍ ଭୂସ୍ଖଳନ ଏବଂ ପରେ ବନ୍ୟାଜଳର ପ୍ରଖର ସ୍ରୋତ ସେହି ଅଂଚଳକୁ ଜଳମଗ୍ନ କରିଦେଇଥିଲା ।


ବିଗତ ୭ ବର୍ଷ ଧରି ଅନୀଶ ମାଲେସିଆରେ ମେସିନ୍ ଅପରେଟର ଭାବେ କାମ କରୁଥିଲେ । ଗୋଟେ ମାସ ପୂର୍ବରୁ ଭାଇର ଗୃହ ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ଘରକୁ ଯାଇଥିଲେ । ତାଙ୍କ ପରିବାରରେ ବାପା ଭାସ୍କରନ, ମା ସୁଜାତା, ସ୍ତ୍ରୀ ରେଶମା ଓ ପୁଅ ଭାବଦେବ ରହିଛନ୍ତି । ସେପଟେ ଲିନିଲ୍ ମାଲେସିଆର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ତାଙ୍କ ପରିବାରରେ ବାପା ନାରାୟନନ, ମା ରୁଗ୍ମିନ. ସ୍ତ୍ରୀ ଜେଶମା ଓ ୨ଟି ପୁଅ ବିଷ୍ଣୁ ଓ ବରୁଣ ବେଦ୍ ରହିଛନ୍ତି । ଉଭୟଙ୍କ ଅତର୍କିତ ମୃତ୍ୟୁ ପରିବାରକୁ ଭାଙ୍ଗିଦେଇଥିବା ବେଳେ ଉଭୟଙ୍କ ମୃତଦେହ ଜନ୍ମମାଟିକୁ ଫେରାଇବାର ପ୍ରକ୍ରିୟା ଜାରି ରହିଛି । ଉଭୟଙ୍କ ମୃତଦେହ ରାୱଙ୍ଗର ସ୍ଥାନୀୟ ମେଡିକାଲରେ ରହିଛି ।

ସେଦିନ ଫ୍ଲାସ ଫ୍ଲଡ୍‌ରେ ଆଉ ୮ଜଣ ନିଖୋଜ ହୋଇଥିଲେ । ୫ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାମିଲନାଡୁ ତିରୁଚିରାପାଲ୍ଲିର ଦୁରାଇ ମୁରୁଗନଙ୍କ ସମେତ ୩ ଜଣଙ୍କ ପତ୍ତା ମିଳିନଥିଲା । ଏବେବି ଦୁରାଇ ଜୀବୀତ କି ମୃତ ସେନେଇ ପରିବାରଲୋକଙ୍କ ପାଖରେ କୌଣସି ଖବର ନଥିବା ବେଳେ ତାମିଲନାଡୁ ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି ପରିବାରଲୋକ ।

ତ୍ରିଚି ଜିଲ୍ଲା ମନପରାଇର ଦୁରାଇ ମୁରୁଗନ ମାଲେସିଆରେ ଏକ ଘରୋଇ କମ୍ପାନୀରେ ପ୍ରାୟ ୩ବର୍ଷ ହେବ କାମ କରୁଥିଲେ । ଦିପାବଳି ଦିନ ସନ୍ଧ୍ୟାରେ ୧୭ଜଣ ସାଙ୍ଗଙ୍କ ସହ ଝରଣା ନିକଟକୁ ବୁଲିବାକୁ ଯାଇଥିଲେ ବୋଲି ତାଙ୍କ ସ୍ତ୍ରୀଙ୍କୁ ଫୋନ ଯୋଗେ ଜଣାଇଥିଲେ । ଝରଣାରେ ସାଙ୍ଗମାନେ ଗାଧୋଇବା ବେଳେ ହଠାତ୍ ବନ୍ୟା ମାଡି ଆସି ୮ଜଣଙ୍କୁ ଭସାଇନେଇଥିଲା । ୫ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତ୍ରିଚିର ଦୁରାଇଙ୍କ ସମେତ ୩ଜଣ ଏବେବି ନିଖୋଜ ଅଛନ୍ତି । ନଭେମ୍ବର ୯ ତାରିଖରେ ଦିପାବଳୀ ଶୁଭେଚ୍ଛା ଜଣାଇବାକୁ ସ୍ୱାମୀ ଦୁରାଇଙ୍କୁ ଫୋନ କରିଥିଲେ ସ୍ତ୍ରୀ । ସନ୍ଧ୍ୟା ୬ଟା ୩୦ରେ ସେମାନେ ବୁଲିବାକୁ ଯାଉଥିବା କହିଥିଲେ । ତାପରେ ଆଉ ଫୋନ୍ ଲାଗିନଥିଲା ।

ଜିଲ୍ଲାପାଳଙ୍କୁ ଭେଟି ସରକାରୀ ହସ୍ତକ୍ଷେପ ଲୋଡିଛନ୍ତି ଦୁରାଇଙ୍କ ସ୍ତ୍ରୀ । ଜିଲ୍ଲାପାଳ ଦୁରାଇଙ୍କ ସମ୍ପର୍କୀତ ସମସ୍ତ ତଥ୍ୟା ଖୁବଶୀଘ୍ର ଦେବା ସହ ସରକାରୀ ନିୟମ ଅନୁସାରେ ସବୁ ପ୍ରକାର ସହାୟତା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.