NIA Team Reaches Kulgam:କୁଲଗାମରେ ଆତଙ୍କବାଦୀ ଆକ୍ରମଣ:ତଦନ୍ତ ପାଇଁ ପହଞ୍ଚିଲେ NIA ଦଳ; କିସ୍ତୱାର ମାମଲାରେ ମଧ୍ୟ କାର୍ଯ୍ୟାନୁଷ୍ଠାନ…
ନୂଆଦିଲ୍ଲୀ:ଜମ୍ମୁ ଓ କାଶ୍ମୀରର କୁଲଗାମରେ ସିଆରପିଏଫ୍ (CRPF) ଉପରେ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଏନଆଇଏ (NIA) ର ଏକ ଦଳ ସେଠାରେ ପହଞ୍ଚିଛି। ବୁଧବାର ଦିନ ଦକ୍ଷିଣ କାଶ୍ମୀରର ମୀର ବଜାର ନିକଟରେ ହୋଇଥିବା ଏକ ଆକ୍ରମଣରେ ତିନିଜଣ ସିଆରପିଏଫ୍ (CRPF) ଯବାନ ଆହତ ହୋଇଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ଆକ୍ରମଣରେ ଅତିକମରେ ତିନିଜଣ ଆତଙ୍କବାଦୀ ସାମିଲ ଥିଲେ, ଯେଉଁମାନଙ୍କ ମଧ୍ୟରୁ ଦୁଇଜଣ ବିଦେଶୀ ନାଗରିକ ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ଘଟଣାସ୍ଥଳରୁ ଫୋରେନସିକ୍ ପ୍ରମାଣ ସଂଗ୍ରହ କରିବା ଏବଂ ଆକ୍ରମଣ ସହ ଜଡ଼ିତ ପରିସ୍ଥିତିର ଯାଞ୍ଚ କରିବା ପାଇଁ ଏହି ଦଳ ଘଟଣାସ୍ଥଳ ପରିଦର୍ଶନ କରିଛି। ଏହି ଘଟଣାରେ ସିଆରପିଏଫର ତିନିଜଣ ଯବାନ ଆହତ ହୋଇଛନ୍ତି।
ସୂତ୍ର ଅନୁଯାୟୀ, ଏହି ଆକ୍ରମଣରେ ଇସ୍ପାତ ଏବଂ ବୁଲେଟ୍ପ୍ରୁଫ୍ ସାମଗ୍ରୀକୁ ଭେଦ କରିବାର କ୍ଷମତା ରଖୁଥିବା ଗୁଳି ବ୍ୟବହାର କରାଯାଇଥିଲା—ଯେଉଁ କାରଣରୁ NIA (ଜାତୀୟ ଅନୁସନ୍ଧାନ ଏଜେନ୍ସି) ଏହି ଘଟଣାର ତଦନ୍ତ ଦାୟିତ୍ୱ ଗ୍ରହଣ କରିଛି। ଅନ୍ୟପକ୍ଷରେ, କିଷ୍ଟୱାରର ମାରୱା ଅଞ୍ଚଳରେ ଦୁଇଜଣ ସ୍ୱତନ୍ତ୍ର ପୋଲିସ ଅଧିକାରୀ (SPOs)ଙ୍କ ହତ୍ୟା ଘଟଣାରେ ଛଅ ଜଣ ବ୍ୟକ୍ତିଙ୍କୁ ହେପାଜତକୁ ନିଆଯାଇଛି । ଏପଟେ କିସ୍ତୱାରର ମାରୱାଠାରେ ଦୁଇଜଣ ଏସ୍ପିଓ (SPO)ଙ୍କ ହତ୍ୟା ଘଟଣାରେ ୬ ଜଣଙ୍କୁ ହେପାଜତକୁ ନିଆଯାଇଛି।
ଜମ୍ମୁ ଓ କାଶ୍ମୀରର କିସ୍ତୱାର ଅଞ୍ଚଳରୁ ନଭେମ୍ବର ୧୨ ତାରିଖରେ ଦୁଇଜଣ ସ୍ୱତନ୍ତ୍ର ପୋଲିସ ଅଧିକାରୀ (ଏସପିଓ)ଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରାଯାଇଛି। ଏହି ଦୁଇ ଅଧିକାରୀ ହେଲେ ବବି ଚାନ୍ଦ ଏବଂ ରଶପାଲ କୁମାର। ଉଭୟ ନଭେମ୍ବର ୧୧ ତାରିଖରେ ଏକ ଦୁର୍ଗମ ଅଞ୍ଚଳ ‘ଦଚ୍ଛାନ’ରୁ ନିଖୋଜ ହୋଇଯାଇଥିଲେ। ସେହି ଦିନ ହିଁ, ଆତଙ୍କବାଦୀମାନେ କୁଲଗାମରେ ଥିବା ଏକ ସିଆରପିଏଫ୍ (CRPF) ଚେକ୍ ପୋଷ୍ଟକୁ ଟାର୍ଗେଟ୍ କରିଥିଲେ।
ଆକ୍ରମଣକାରୀଙ୍କୁ ଠାବ କରିବା ପାଇଁ ସୁରକ୍ଷା ବାହିନୀ କୁଲଗାମ୍ ଅଞ୍ଚଳରେ ଖୋଜାଖୋଜି ଅଭିଯାନ ଜାରି ରଖିଛନ୍ତି।
ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, “ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ଆକ୍ରମଣରେ ଅତିକମରେ ତିନି ଜଣ ଆତଙ୍କବାଦୀ ସାମିଲ ଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ବିଦେଶୀ ନାଗରିକ ବୋଲି ମନେହେଉଛି। ପରିସ୍ଥିତି ସମ୍ପର୍କରେ ସ୍ପଷ୍ଟ ଚିତ୍ର ପାଇବା ପାଇଁ ଆମେ ସେହି ଅଞ୍ଚଳର ସିସିଟିଭି (CCTV) ଫୁଟେଜ୍ ଯାଞ୍ଚ କରୁଛୁ। ସେଠାକାର ଭୂମି କାଦୁଅଯୁକ୍ତ ହୋଇଥିବାରୁ, ଆତଙ୍କବାଦୀମାନେ ଗଛ ଓ ଝଙ୍କାଳିଆ ଗଛଲତା ପଛରେ ଲୁଚି ଖସି ପଳାଇବାରେ ସକ୍ଷମ ହୋଇଛନ୍ତି।” ଅଧିକାରୀମାନେ ଜଣାଇଛନ୍ତି ଯେ ଆକ୍ରମଣକାରୀମାନେ ପ୍ରାୟ ୫୦ ମିଟର ଦୂରରୁ କାଦୁଅଯୁକ୍ତ ଭୂମି ଦେଇ ଚାଲି ଚାଲି ଚେକ୍ପଏଣ୍ଟ ନିକଟକୁ ଆସିଥିଲେ।
ଏହି ଆକ୍ରମଣଟି କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥ ଠାରୁ ମାତ୍ର ୨ କିଲୋମିଟର ଦୂରରେ ଘଟିଥିଲା। CRPF ପକ୍ଷରୁ ପ୍ରାରମ୍ଭିକ ସୂଚନାରେ କୁହାଯାଇଥିଲା ଯେ, ଘଟଣାଟି ଅପରାହ୍ନରେ ଘଟିଥିଲା। ସେତେବେଳେ ଆକ୍ରମଣକାରୀମାନେ ଏକ ପୋଲର ସୁରକ୍ଷା ପାଇଁ ନିୟୋଜିତ ଥିବା ୪୬ତମ ବାଟାଲିୟନର ଯବାନମାନଙ୍କ ଉପରେ ଗୁଳି ଚଳାଇଥିଲେ ଏବଂ ତା’ପରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।
