Latest Odisha News

BREAKING NEWS

ITF M25 ପୁରୁଷ ଟେନିସ୍ ଟୁର୍ଣ୍ଣାମେଂଟ: ଅନ୍ତର୍ଜାତୀୟ ଟେନିସ୍ ମାନଚିତ୍ରରେ ସ୍ଥିତି ସୁଦୃଢ କଲା ଓଡିଶା

ଭୁବନେଶ୍ୱର: କ୍ରୀଡା ଯାତ୍ରାରେ ଆଉ ଏକ ମାଇଲଖୁଂଟ ଅତିକ୍ରମ କଲା ଓଡିଶା । ଭୁବନେଶ୍ୱରରେ ଆରମ୍ଭ ହୋଇଛି ଆଇଟିଏଫ M25 ପୁରୁଷ ଟେନିସ୍ ଟୁର୍ଣ୍ଣାମେଂଟ । ଏଥିରେ ୬ଟି ଦେଶର୫୬ ଖେଲାଳି ଅଂଶଗ୍ରହଣ କରୁଛନ୍ତି । ବୃତ୍ତିଗତ ଟେନିସ୍ ଖେଳାଳିଙ୍କ ପାଇଁ ଏକ ପ୍ରତିଯୋଗିତାମୂଳକ ଅନ୍ତର୍ଜାତୀୟ ମଂଚ ପ୍ରଦାନ କରୁଛି ଏହି ମ୍ୟାଚ୍ । ରାଜ୍ୟର ୨ ଖେଳାଳି କବୀର ହଂସ ଓ ଦେବାଶିଷ ସାହୁ ମେନ୍ ଡ୍ର’ରେ ସାମିଲ ହୋଇଛନ୍ତି । ଏହା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ । ଓଡିଶା ସରକାର ଓ କ୍ରୀଡା ଓ ଯୁବ ବିଭାଗର ସହାୟତାରେ ଓଡିଶା ଟେନିସ୍ ଆସୋସିଏସନ ଭୁବନେଶ୍ୱରକୁ ଜାତୀୟ ଓ ଅନ୍ତର୍ଜାତୀୟ ଟେନିସ୍ ଇଭେଂଟ ପାଇଁ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ଭାବେ ସ୍ଥାନିତ କରିବାକୁ କାର୍ଯ୍ୟ ଜାରି ରଖିଛି । ମହାନଦୀ କୋଲଫିଲ୍ଡସ ଲିମିଟେଡ୍ ମଧ୍ୟ ଏହି ମର୍ଯ୍ୟାଦାଜନକ ଇଭେଂଟର ଏକ ଗର୍ବିତ ସହ ପ୍ରାୟୋଜକ ହୋଇଛି । ଏହି ଟୁର୍ଣ୍ଣାମେଂଟ ଦ୍ୱାରା ଆମ ରାଜ୍ୟର ପ୍ରତିଭାଶାଳୀ ଖେଳାଳିଙ୍କୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ସହ ବିଶ୍ୱସ୍ତରରେ କ୍ରୀଡା ଭିତ୍ତିଭୂମି ବିକାଶ ପ୍ରତି ପ୍ରତିବଦ୍ଧତା ସୁଦୃଢ କରିଛି ।

ଉଦଘାଟନୀ ଉତ୍ସବରେ ସଚିବ ତଥା କମିଶନର ଭୁପିନ୍ଦର ସିଂ ପୁନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗର ଅତିରିକ୍ତ ସଚିବ ବିଜୟ ସ୍ୱାଇଁ ଉପସ୍ଥିତ ଥିଲେ । ଟେନିସ୍ ଆସୋସିଏସନର ବିଶିଷ୍ଟ କର୍ମକର୍ତ୍ତା, ସଭାପତି ଅସିତ ତ୍ରିପାଠି, ସମ୍ପାଦକ ସଞ୍ଜୀବ ପଣ୍ଡା, ଉପ-ସଭାପତି ଦିବ୍ୟାଲୋକ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ସମ୍ବିତ ପଟ୍ଟନାୟକ ଓ ଆଇଟିଏଫ ସୁପରଭାଇଜର ସୁଶ୍ରୀ ଆର. ସୁପ୍ରୀତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.