Latest Odisha News

BREAKING NEWS

After Delay Tease: ପ୍ରାଇମ ଭିଡିଓର ବଡ ଘୋଷଣା, ଡିସେମ୍ବର ୩ରେ ‘ପଂଚାୟତ-୫’

ବ୍ୟୁରୋ:ୟୁଟର୍ଣ୍ଣ ମାରିଲା ପ୍ରାଇମ ଭିଡିଓ । ପ୍ରଥମେ ଆସିବନି ଏବେ କହୁଛି ଆସିବ ସେପୁଣି ଶୀଘ୍ର । ଆଜ୍ଞା ହଁ, ଆମେ କହୁଛୁ ପଂଚାୟତ ନାମକ ଏକ ଲୋକପ୍ରୀୟ ଶୋର କଥା । ଦୁଇଦିନ ପୂର୍ବରୁ ପଂଚାୟତର ପରବର୍ତ୍ତୀ ସିଜିନ୍ ଆସିବନି ବୋଲି ଘୋଷଣା କରିଥିଲା ପ୍ରାଇମ ଭିଡିଓ । ବୁଧବାର ପଂଚାୟତ ନୂଆ ସିଜିନର ଏକ ପୋଷ୍ଟର ଜାରି କରି ମୁକ୍ତିଲାଭ ତାରିଖ ଘୋଷଣା କରିଛି ପ୍ରାଇମ ଭିଡିଓ । ଡିସେମ୍ବର ୩ରେ ପ୍ରାଇମ ଭିଡିଓରେ ଏହି ଶୋ ଉପଲବ୍ଧ ହେବ ବୋଲି ଫ୍ୟାନ୍‌ଙ୍କୁ ଜଣାଇଛି । ପୋଷ୍ଟରରେ ଦୁର୍ଗେଶ କୁମାର ଯିଏ ଶୋରେ ବନରାକାସ୍ ଭୂମିକାରେ ଅଭିନୟ କରୁଛନ୍ତି ସଚିବଜୀ ଯିଏ ଜିତେନ୍ଦ୍ର କୁମାର ଭୂମିକାରେ ଅଭିନୟ କରୁଛନ୍ତି, ତାଙ୍କ ଆଡକୁ ଆଙ୍ଗୁଠି ଦେଖାଉଥିବାର ଦେଖିବାକୁ ମିଲିଛି । ଫଟୋ ପୋଷ୍ଟ ସହ ପ୍ରାଇମ ଭିଡିଓ ପକ୍ଷରୁ ଲେଖାଯାଇଛି ‘ଥୋଡି ତକରାର୍‌, ଥୋଡା ପ୍ୟାର୍ ରହେଗା, ଫୁଲେରା ମେଁ ଆପକା ଇନ୍ତଜାର ରହେଗା’ । ସିଜିନ୍ ୪ରେ ଫୁଲେରା ଦେଖିଥିବା ଦଶ ର୍କଙ୍କ ପାଇଁ ହାଇଲାଇଟ୍ସ ହେଉଛି ପ୍ରଧାନ ଜୀ ଏବଂ ମଂଜୁ ଦେବୀ ସେମାନଙ୍କର ନେତୃତ୍ୱ ହରାଇଛନ୍ତି । କ୍ରାନ୍ତୀ ଦେବୀ ନୂତନ ପ୍ରଧାନ ହୋଇଛନ୍ତି । ଯହାକି ଅଭିଷେକଙ୍କ ପାଇଁ ନୂଆ ସମସ୍ୟା ଆଣିବ । ଦୀପକ କୁମାର ମିଶ୍ରାଙ୍କ ନିର୍ଦ୍ଦେଶିତ ପଂଚାୟତରେ ଜିତେନ୍ଦ୍ର କୁମାର, ରଘୁବୀର ଯାଦବ, ନୀନା ଗୁପ୍ତା, ଫୈସଲ ମଲ୍ଲିକ, ଚନ୍ଦନ ରାୟ, ସାନଭିକା, ଦୁର୍ଗେଶ କୁମାର, ଅଶୋକ ପାଠକ ଓ ସୁନୀତା ରାଜୱାର ନଜର ଆସିଛନ୍ତି ।

Leave A Reply

Your email address will not be published.