ମୁମ୍ବାଇ: ଆଇପିଏଲ୍ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଏକ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ରୋହିତ ଶର୍ମା ପୁଣି ଥରେ ଦଳର ଅଧିନାୟକତ୍ୱ ସମ୍ଭାଳିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଫ୍ରାଞ୍ଚାଇଜି ପକ୍ଷରୁ ଏପର୍ୟ୍ୟନ୍ତ ନୂଆ ଅଧିନାୟକଙ୍କ ନାମ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ । ମୁମ୍ବାଇ ଇଣ୍ଡିଆନ୍ସ ନିଜ ଅଫିସିଆଲ୍ ସୋସିଆଲ୍ ମିଡିଆ ଆକାଉଣ୍ଟରେ ରୋହିତ ଶର୍ମାଙ୍କ ଏକ ଫଟୋ ଶେୟାର କରିଛି, ଯାହାର ବ୍ୟାକ୍ଗ୍ରାଉଣ୍ଡରେ ମୁମ୍ବାଇଚା ରାଜା (ଅର୍ଥାତ୍ ମୁମ୍ବାଇର ରାଜା) ଲେଖାଯାଇଛି । ଏହାର କ୍ୟାପ୍ସନ୍ରେ ଲେଖାଯାଇଛି ସିଜନ୍ ୧୭ ମୁମ୍ବାଇଚା ରାଜାଙ୍କ ପାଇଁ ବ୍ଲୁ ଆଣ୍ଡ ଗୋଲ୍ଡରେ! ପଲଟନ୍,୨୦୨୭ ପାଇଁ ପ୍ରସ୍ତୁତ? ଯାହା ପରେ ପ୍ରଶଂସକଙ୍କ ମଧ୍ୟରେ ରୋହିତଙ୍କ କ୍ୟାପ୍ଟେନ୍ସି କମ୍ବ୍ୟାକ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ରିପୋର୍ଟ ଅନୁଯାୟୀ, ଟ୍ରେଡ୍ ଜରିଆରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳରୁ ବାଦ୍ ପଡ଼ିଛନ୍ତି (ଯିଏ ୨୦୨୪ରୁ ୨୦୨୬ ପର୍ୟ୍ୟନ୍ତ ଦଳର ନେତୃତ୍ୱ ନେଇଥିଲେ), ଏବଂ ଅର୍ଶଦୀପ ସିଂହ ଟ୍ରେଡ୍ ଜରିଆରେ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଛନ୍ତି । ରୋହିତ ଶର୍ମା, ସୂର୍ୟ୍ୟକୁମାର ଯାଦବ, ଯଶପ୍ରୀତ ବୁମରା ଏବଂ ତିଳକ ବର୍ମାଙ୍କ ସମେତ ମୋଟ୍ ୧୬ ଜଣ ଖେଳାଳିଙ୍କୁ ରିଟେନ୍ କରିଛି । ଦଳ ପାଖରେ ଏବେ ୩୨.୬ କୋଟି ପର୍ସ ଏବଂ ୯ଟି ସ୍ଲଟ୍ (୨ଟି ବିଦେଶୀ ଖେଳାଳିଙ୍କ ପାଇଁ) ଖାଲି ରହିଛି । କିରନ୍ ପୋଲାର୍ଡଙ୍କୁ ହେଡ୍ କୋଚ୍, ରବିନ୍ ଉଥପ୍ପାଙ୍କୁ ବ୍ୟାଟିଂ କୋଚ୍, ମିଚେଲ୍ ମ୍ୟାକ୍କ୍ଲେନଘନ୍ଙ୍କୁ ବୋଲିଂ କୋଚ୍, ଟି ଦିଲୀପଙ୍କୁ ଫିଲ୍ଡିଂ କୋଚ୍ ଏବଂ ଧବଳ କୁଲକର୍ଣ୍ଣୀଙ୍କୁ ଡେଭେଲପ୍ମେଣ୍ଟ୍ ବୋଲିଂ କୋଚ୍ ଦାୟିତ୍ୱ ମିଳିଛି ।
