Latest Odisha News

BREAKING NEWS

ବୀରୁପାକ୍ଷ ଅଗ୍ରୱାଲ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା: ପ୍ରଧାନଶିକ୍ଷକ ହିଁ ଥିଲେ ମାଷ୍ଟରମାଇଣ୍ଡ

ବୌଦ୍ଧ: ବୌଦ୍ଧର ବହୁଚର୍ଚ୍ଚିତ ବ୍ୟବସାୟୀ ବିରୂପାକ୍ଷ ଅଗ୍ରୱାଲ ହତ୍ୟା ମାମଲାରେ ବଡ଼ ଖୁଲାସା। ହତ୍ୟାକାଣ୍ଡର ୮ ଦିନ ପରେ ପୋଲିସ ହାତରେ ଧରାପଡ଼ିଛି ମାଷ୍ଟରମାଇଣ୍ଡ। ଆଉ ଏହି ମାମଲାରେ ମାଷ୍ଟରମାଇଣ୍ଡ ଭାବେ ଗିରଫ ହୋଇଛନ୍ତି ଜଣେ ପ୍ରଧାନଶିକ୍ଷକ। ମୁଖ୍ୟ ଅଭିଯୁକ୍ତ ଛତନିଆକଟା ସ୍କୁଲର ପ୍ରଧାନଶିକ୍ଷକ ସ୍ୱାଧୀନ ପ୍ରଧାନକୁ ଗିରଫ ପରେ ଖୁଲାସା କଲେ ଏସ୍‌ପି। ଏହି ଗିରଫଦାରୀ ପରେ ହତ୍ୟାକାଣ୍ଡ ପଛର ଷଡ଼ଯନ୍ତ୍ରକୁ ନେଇ ଅନେକ ପ୍ରଶ୍ନ ଉଠିଛି।

ଏହି ହତ୍ୟାକାଣ୍ଡ ମାମଲାରେ ପୋଲିସ ପୂର୍ବରୁ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି। ଏହା ସହିତ ହତ୍ୟାକାଣ୍ଡରେ ସହଯୋଗ କରିଥିବା ଅଭିଯୋଗରେ ହାବିଲଦାର ଦିଗନ୍ତ ପ୍ରଧାନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଏବେ ପ୍ରଧାନଶିକ୍ଷକ ସ୍ୱାଧୀନ ପ୍ରଧାନଙ୍କ ଗିରଫଦାରୀ ପରେ ମାମଲାର ତଦନ୍ତ ଆହୁରି ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେଇଛି। ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଟଙ୍କା ଧାର ଆଣି ସୁଝି ନ ପାରିବାରୁ ସହଯୋଗୀଙ୍କ ସହ ହତ୍ୟା କରିଛି ସ୍ବାଧୀନ। ଟଙ୍କା ଦେବାକୁ ଡାକି ଜଙ୍ଗଲକୁ ନେଇ ୩ ସହଯୋଗୀଙ୍କୁ ଜରିଆରେ ହତ୍ୟା କରାଯାଇଛି।

ସୂଚନା ଅନୁସାରେ କଦଳୀଗଡ଼ ତନ୍ତଗାଡ଼ ଜଙ୍ଗଲରେ ବାନ୍ଧି ପକାଇ ବାଉଁଶରେ ପିଟି ପିଟି ହତ୍ୟା କରାଯାଇଛି। କାଳେ ବଞ୍ଚିଯିବ ଆଶଙ୍କା କରି ତଣ୍ଟି କାଟି ଦେଇଥିଲା ସ୍ବାଧୀନ। ହତ୍ୟାକାଣ୍ଡ ପରେ ସ୍ବାଧୀନକୁ ଖସାଇଇବାକୁ ଚେଷ୍ଟା କରିଥିଲା ହାବିଲଦାର। ବୌଦ୍ଧ ଥାନାର ହାବିଲଦାର ଦିଗନ୍ତ ପ୍ରଧାନ ଅଭିଯୁକ୍ତ ସ୍ବାଧୀନକୁ ଲୁଚାଇଥିଲା। ବଘିଆପଡ଼ା ଜଙ୍ଗଲରେ ଲୁଚାଇ ରଖିଥିଲା ହାବିଲଦାର। ତେବେ ଘଟଣାରେ ସ୍ୱାଧିନ ଗିରଫ ହେବା ପରେ ସବୁ ସତ ମାନିଛି। ହାବିଲଦାର ଦିଗନ୍ତର ସମ୍ପର୍କୀୟ ଭିଣୋଇ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ ସ୍ବାଧୀନ।

Leave A Reply

Your email address will not be published.