ଭୁବନେଶ୍ୱର: ଖାଲି ପଡିଛି ଓଡ଼ିଶା ପୋଲିସ ବିଭାଗରେ ପଦବୀ ସଂଖ୍ୟା । ରାଜ୍ୟ ପୋଲିସ ବିଭାଗରେ ମୋଟ ୮୪ ହଜାର ୨୩୭ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ସେଥିରୁ ୨୬ ହଜାର ୧୦୧ଟି ପଦବୀ ଖାଲି ରହିଛି । ଖାଲି ପଡ଼ିଥିବା ପଦବୀ ମଧ୍ୟରୁ ୬ ହଜାର ୮୮୫ଟି ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏହାବ୍ୟତୀତ ୨୯୮ଟି ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ଏଏସ୍ଆଇ) ପଦବୀ ପୂରଣ ପାଇଁ ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ (ଓୟୁଏସଏସଏସସି)କୁ କୁହାଯାଇଛି ।
ରାଜ୍ୟ ପୋଲିସ ବିଭାଗରେ ମୋଟ ମଞ୍ଜୁରୀପ୍ରାପ୍ତ ପଦବୀ ତୁଳନାରେ ଖାଲି ପଦବୀ ସଂଖ୍ୟା ଅଧିକ ରହିଥିବାରୁ ନିଯୁକ୍ତି ପ୍ରକ୍ରିୟା ଉପରେ ଏବେ ଗୁରୁତ୍ୱ ଦିଆଯାଉଥିବା ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି ।
