Latest Odisha News

BREAKING NEWS

ମାର୍ଚ୍ଚ ୨୦୨୭ ସୁଦ୍ଧା ସବୁ ଗାଁକୁ ମିଳିବ ମୋବାଇଲ୍ ନେଟୱର୍କ ଓ ଇଣ୍ଟରନେଟ୍

ଭୁବନେଶ୍ଵର: ସବୁ ଗାଁକୁ ମିଳିବ ମୋବାଇଲ୍ ନେଟୱର୍କ ଓ ଇଣ୍ଟରନେଟ୍ । ମାର୍ଚ୍ଚ ୨୦୨୭ ସୁଦ୍ଧା ସବୁ ଗାଁ ଲୋକେ ପାଇବେ ମୋବାଇଲ ନେଟୱର୍କର ସୁବିଧା । ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଇଲେକ୍ଟ୍ରୋନିକ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆସନ୍ତା ୩ ବର୍ଷରେ ସବୁ ଗାଁରେ ଇଣ୍ଟରନେଟ ପାଇଁ ଓଡ଼ିଶାରେ ଭାରତ ନେଟ ଫେଜ ୩ କାମ ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ଟେଲି କମ୍ୟୁନିକେସନ ବିଭାଗ ଏବଂ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ମଧ୍ୟରେ ଏମଓୟୁ ହୋଇଛି ।

ସେପ୍ଟେମ୍ବର ୨୦୨୬ ରୁ କାମ ଆରମ୍ଭ ହୋଇଛି । ୩ ବର୍ଷରେ ୩ ହଜାର ୩୮୪ କୋଟି ଟଙ୍କା ଖର୍ଚ୍ଚ ହେବ । ସବୁ ଗାଁକୁ ଅପ୍ଟିକାଲ ଫାଇବାର ଏବଂ ଟପୋଲୋଜି ନେଟୱାର୍କ ସହ ଇଣ୍ଟରରନେଟ ପହଞ୍ଚାଯିବ । ୩୧୪ ବ୍ଲକ ଅଫିସ ଏବଂ ପଞ୍ଚାୟତ ଅଫିସ ଡାଟା ଏକ୍ସଚେଞ୍ଜ ସେଣ୍ଟର ଭାବେ କାମ କରିବ ।

Leave A Reply

Your email address will not be published.