ଭୁବନେଶ୍ବର: ରାଜ୍ୟରେ ମୋଟ୍ ଏଚଆଇଭି ୩୮,୦୫୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ମଧ୍ୟରୁ ୮୭୬ ଶିଶୁ ଅର୍ଥାତ୍ ୧୪ ବର୍ଷରୁ କମ୍ ରହିଛନ୍ତି । NACO ପୋର୍ଟାଲରୁ ଏହି ତଥ୍ୟକୁ ସଂଗ୍ରହ କରାଯାଇଛି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ରାଜ୍ୟରେ ମୋଟ୍ ୩୮ ହଜାର ୫୦ଜଣ ଏଚଆଇଭିରେ ସଂକ୍ରମିତ ହୋଇଛନ୍ତି । ୩୪ ହଜାର ୯୨୧ଜଣ ଏଆରଟି ଚିକିତ୍ସାଧୀନ ରହିଛନ୍ତି । ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ୩୭ ହଜାର ୧୭୪ଜଣ ୧୪ ବର୍ଷରୁ ଅଧିକ ରହିଥିଲା ବେଳେ ୮୭୬ଜଣ ୧୪ ବର୍ଷରୁ କମ୍ ଶିଶୁ ଏଚଆଇଭି ପିଜିଟିଭ୍ ରହିଛନ୍ତି ।
ତେବେ ଜିଲ୍ଲାଓ୍ବାରୀ ଦେଖିବାକୁ ଗଲେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଏଚଆଇଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ୍ ୮ ହଜାର ୧୪୫ଜଣ ଏଚଆଇଭି ସଂକ୍ରମିତ ଥିବା ନେଇ ଲିଖିତ ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
