Latest Odisha News

BREAKING NEWS

Modi-Balen Meet: ନେପାଳରେ ହେବ ଆଇଆଇଟିର ଏକ କ୍ୟାମ୍ପସ, ୧୫ହଜାର କୋଟିର ପ୍ୟାକେଜ୍ ଘୋଷଣା

ନୂଆଦିଲ୍ଲୀ: ସୁଦୃଢ ହେଉଛି ଭାରତ-ନେପାଳ ସମ୍ପର୍କ । ନେପାଳକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଘୋଷଣା । ନେପାଳରେ ଖୋଲିବ ଆଇଆଇଟିର ଏକ କ୍ୟାମ୍ପସ । ଭାରତରେ ନେପାଳୀ ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି । ନେପାଳ ପାଇଁ ୧୫ହଜାର କୋଟିରୁ ଅଧିକ ଟଙ୍କାର ପ୍ୟାକେଜ ଘୋଷଣା ସହ ୮ଟି ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ନେପାଳ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ଶାହା ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି । ରବିବାର ସେ ଭାରତରେ ପହଂଚିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହୋଇଛି ଦ୍ୱିପାକ୍ଷିକ ଆଲୋଚନା । ଏହି ଦୁଇ ପ୍ରଧାନମନ୍ତ୍ରୀଙ୍କ ଭେଟଘାଟ ବେଳେ କିଛି ଯୁଗାନ୍ତକାରୀ ଘୋଷଣା କରିଛନ୍ତି ମୋଦି । ଉଭୟ ପ୍ରଧାନମନ୍ତ୍ରୀ ମିଶି ଅଯୋଧ୍ୟାରୁ ଜନକପୁର ଯାଏ ରେଳସେବାର ଶୁଭାରମ୍ଭ କରିଛନ୍ତି । ଏହାସହ ଭିଡିଓ କନଫରେନ୍ସିଂରେ ନେପାଳ ଓ ଉତ୍ତରାଖଣ୍ଡ ମଧ୍ୟରେ ସଂଯୋଗ କରୁଥିବା ନେପାଲ ଓ ଧରଚୁଲ୍ଲା ବ୍ରିଜ୍ ଉଦ୍‌ଘାଟନ କରିଛନ୍ତି ।

ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ପୁରାତନ ଐତିହାସିକ ସମ୍ପର୍କ ବଜାୟ ରଖିବାକୁ ସମୟ ସହ ତାଳ ଦେଇ ଗତିକରିବା ନେଇ ଆଲୋଚନା ହୋଇଛି । ଏହି ଆଲୋଚନା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଅନେକ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଭାରତ ଏକ ନର୍ଭଯୋଗ୍ୟ ଓ ବିଶ୍ୱାସ ଯୋଗ୍ୟ ପଡୋଶୀ ଦେଶ ଭାବେ ନେପାଲର ପ୍ରତ୍ୟେକ ସମସ୍ୟାରେ ଆଗରେ ଠିଆ ହୋଇଛି । ସେ ପ୍ରାକୃତିକ ଦୁର୍ବିପାକ ହେଉ ଅବା ଯେକୌଣସି ସମସ୍ୟା ଦୁଇ ଦେଶ ବିଶ୍ୱସ ଓ ବନ୍ଧୁତାର ବନ୍ଧନରେ ଆବଦ୍ଧ ବୋଲି କହିଛନ୍ତି ଉଭୟ ପ୍ରଧାନମନ୍ତ୍ରୀ । କଠିନ ସମୟରେ ପରସ୍ପର ସହ ଠିଆ ହୋଇଛନ୍ତି । ଅଗଷ୍ଟରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ହୋଇଥିବା ଜୀବନ ହାନୀକୁ ନେଇ ଗଭୀର ଶୋକବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ନେପାଳରେ ଚାଲିଥିବା ପୁନଃନିମା ର୍ଣ ଓ ବିକାଶ ପାଇଁ ଏହି ଅବସରରେ ୨୪ ହଜାର କୋଟି ନେପାଳୀ ଟଙ୍କାର ଏକ ବିକାଶମୂଳକ ସହଯୋଗ ପ୍ୟାକେଜ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।

କେବଳ ସେତିକି ନୁହେଁ ଆଇଆଇଟିର ଏକ କ୍ୟାମ୍ପସ ନେପାଳରେ ମଧ୍ୟ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି ମୋଦି । ନେପାଳି ଯୁବପିଢୀଙ୍କୁ ସଶକ୍ତ କରିବାକୁ ଏହି ଘୋଷଣା କରିଛନ୍ତି । ନେପାଳୀ ଛାତ୍ରଛାତ୍ରୀଙ୍କ ପାଇଁ ଭାରତରେ ଆଇନ ଓ ପ୍ରଯୁକ୍ତିବିଦ୍ୟାରେ ବୃତ୍ତ ିର ଅବସର ବଢିବ । ଖାଦ୍ୟ ପ୍ରକ୍ରିୟାକରଣକୁ ବଢାଇବା ପାଇଁ ନେପାଳରେ ହେବ ଆଗ୍ରୋଇଣ୍ଡଷ୍ଟ୍ରିଆଲ ପାର୍କ । ମିଳିତ ସମ୍ବେଧନରେ ମୋଦି ବଲେନ୍ଦରଙ୍କ ପ୍ରଶଂସା କରିବା ସହ ନେପାଳର ଭବିଷୟତ ଓ ଭାରତ ନେପାଳ-ସମ୍ପକ ର୍ ପ୍ରତି ଶାହଙ୍କ ସ୍ପଷ୍ଟ ଦୂରଦୃଷ୍ଟି ଓ ପ୍ରତିବଦ୍ଧତାକୁ ଅନୁଭବ କରିଥିବା କହିଛନ୍ତି ମୋଦି । ବାଲେନ ମଧ୍ୟ ମୋଦିଙ୍କ ପ୍ରଶଂସା କରିବା ସହ ନେପାଳକୁ ନିମନ୍ତ୍ରଣ କରିଛନ୍ତି । ଭାରତ ପ କ୍ଷରୁ ତାଙ୍କୁ ସହାୟତା ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି । ଏହି ପରିପ୍ରେ କ୍ଷୀରେ ଭାରତ-ନେପାଳ ମଧ୍ୟରେ ବେସାମରିକ ସେବାର କ୍ଷମତା ପରୀକ୍ଷଣ, ଅନ୍ତରୀକ୍ଷ ଗବେଷଣା, ସ୍ୱାସ୍ଥ୍ୟ ଓ ଔଷଧ, ନଗର ଉନ୍ନୟନ, ଆୟୁର୍ବେଦ ଓ ପାରମ୍ପରିକ ଚିକିତ୍ସା ଭଳି ୮ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି।

Leave A Reply

Your email address will not be published.