ନୂଆଦିଲ୍ଲୀ: ହରୟାଣାରେ ଯୌତୁକରେ ଦାମି କାର ଦାବିରେ ବିବାହ ବାତିଲ କରିଥିବା ଦିଲ୍ଲୀ ପୋଲିସ କନଷ୍ଟେବଳ କୁଲଦୀପଙ୍କ ବିରୋଧରେ ହୋଇଛି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ଆଇନ ଅନୁସାରେ ଚାକିରୀରୁ ନିଲମ୍ବିତ କରିଛି ଦିଲ୍ଲୀ ପୋଲିସ । ବିବାହ ପାଇଁ ୧୩ ଲକ୍ଷର କାର୍ ଦାବି କରି ବିବାହ ଭାଙ୍ଗିଦେଇଥିଲେ କୁଲଦୀପ । ଏନେଇ କନ୍ୟା ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିିଲା ।
ସୂଚନା ଅନୁସାରେ କୂଲଦୀପଙ୍କ ବିବାହ ହରୟାଣା ସୋନିପତର ସୁଭାଷ କୁମାରଙ୍କ ଝିଅ ହୀନାଙ୍କ ସହ ୬ମାସ ପୂର୍ବରୁ ସ୍ଥିର ହୋଇଥିଲା । ସବୁ ଦେବା ନେବା କଥା ତୁଟିଲା ପରେ ଦାମି କାର ଓ ପରିବାର ଲୋକଙ୍କ ପାଇଁ ସୁନା ଗହଣା ବର ପକ୍ଷ ଦାବି କରିଥିବା ନେଇ କନ୍ୟାଙ୍କ ବାପା ଅଭିଯୋଗ କରିଥିଲେ । ଦାବି ଅନୁସାରେ ଘରୋଇ ଆସବାବପତ୍ର, ବର ପାଇଁ ସୁନା ଚେନ୍, ବର ମାଙ୍କ ପାଇଁ କାନଫୁଲ ଆଦି ବ୍ୟବସ୍ଥା କରିଥିଲେ କନ୍ୟା ପିତା । ପୂର୍ବରୁ କନ୍ୟା ଘର ବରକୁ ଡିମାଣ୍ଡରେ ଦେବାକୁ ୯.୫ ଲକ୍ଷର କାର ବୁକ୍ କରିଥିଲେ । ହେଲେ ବିବାହ ପୂର୍ବଦିନ ୧୩ ଲକ୍ଷର ବ୍ରିଜା ଦାବି କରିଥିଲେ କୁଲଦୀପ । କମ୍ ସମୟରେ କାର୍ ବ୍ୟବସ୍ଥା କରିନପାରିବାରୁ ବିବାହ ବେଦୀ ପାଖରୁ ଫେରି ଯାଇଥିଲେ କୁଲଦୀପ । ନଭେମ୍ବର ୨୦ରେ ବିବାହ ହେବାର ଥିଲା । ବିବାହ ବ୍ୟବସ୍ଥା ଖାଦ୍ୟ ପାନୀୟରେ ୨୦ରୁ ୨୫ ଲକ୍ଷ ଖର୍ଚ୍ଚ ସରିଥିଲା , ବରପକ୍ଷର ସବୁ ଦାବି ପୂରଣ କରିବା ପରେ ମଧ୍ୟ କାର୍ ପାଇଁ ବିବାହ ଭାଙ୍ଗିଦେବାରୁ ଥାନାର ଦ୍ୱାରସ୍ଥ ହୋଇଥିଲେ କନ୍ୟା ବାପା ।
ଏନେଇ କୁଲଦୀପଙ୍କ ପ୍ରତିକ୍ରିୟା ମିଳିଛି । ସେ କୌଣସି କାର୍ ଦାବି କରିନଥିଲେ ତାଙ୍କ ବିରୋଧରେ ମିଛ କୁହା ଯାଉଥିବା ସେ କହିଛନ୍ତି । ବିବାହ ରୀତିନୀତିରେ କନ୍ୟା ଘର ପକ୍ଷରୁ ବ୍ୟବସ୍ଥା ଭଲ ହୋଇନଥିବାରୁ ବିବାଦ ଆରମ୍ଭ ହୋଇଥିବା କହିଛନ୍ତି କୂଳଦୀପ । ଏମିତିକି କନ୍ୟା ପକ୍ଷ ତାଙ୍କୁ ପ୍ରସେସନ ନେଇ ଫେରିଯିବାକୁ ବାଧ୍ୟ କରିଥିବା କହିଛନ୍ତି କୂଲଦୀପ । କୂଳଦୀପ ଆହୁରି ମଧ୍ୟ କହିଛନ୍ତି, ମୁଁ ସେତେବେଳେ ବି ବିବାହ କରିବାକୁ ପ୍ରସ୍ତୁତ ଥିଲି ଏବେବି ଅଛି କୌଣସି କାର୍ ପାଇଁ କଥା ବାର୍ତ୍ତା ହୋଇନଥିଲା କି ସେ ଦାବି କରିନାହାନ୍ତି ବୋଲି କହିଛନ୍ତି । ଏମିତିକି ବିବାହରେ ଏତେ ଖର୍ଚ୍ଚରୁ ବଂଚିବା ପାଇଁ କୁଲଦୀପ କୋର୍ଟ ମ୍ୟାରେଜ୍ କରିବା ସହ ଅଳ୍ପ ପାରିବାରିକ ସଦସ୍ୟଙ୍କ ଉପସ୍ଥିତିରେ ବିବାହ କରିବାକୁ କନ୍ୟା ଘର ଲୋକଙ୍କୁ ପରାମର୍ଶ ଦେଇଥିଲେ ବୋଲି କହିଛନ୍ତି ।
