Latest Odisha News

BREAKING NEWS

ରୋହିତଙ୍କ ଡେପୁଟି ହେବାକୁ ମନା କଲେ ବୁମରାହ, କ’ଣ ଛାଡ଼ିଦେବେ ଦଳ?

ମୁମ୍ବାଇ: ଆଇପିଏଲ ୨୦୨୭ ପାଇଁ ରୋହିତ ଶର୍ମା ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବେ ନିଯୁକ୍ତ ହେବା ପରେ ଏବେ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ରିପୋର୍ଟ ଅନୁଯାୟୀ, ଦ୍ରୁତ ବୋଲର ଜସପ୍ରୀତ ବୁମରାହ  ଉପ ଅଧିନାୟକ ହେବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାନେଜମେଣ୍ଟ ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ରୋହିତ ଶର୍ମାଙ୍କୁ ପୁଣିଥରେ ଅଧିନାୟକ ଦାୟିତ୍ୱ ଦେବା ନିଷ୍ପତ୍ତି ହେବା ପରେ ଅକ୍ଟୋବର ପ୍ରଥମ ସପ୍ତାହରେ ଫ୍ରାଞ୍ଚାଇଜିର ଶୀର୍ଷ ନେତୃତ୍ୱ ବୁମରାହଙ୍କ ସହ ଯୋଗାଯୋଗ କରି ତାଙ୍କୁ ରୋହିତଙ୍କ ଡେପୁଟି ହେବାକୁ ଅନୁରୋଧ କରିଥିଲେ । କିନ୍ତୁ ବୁମରାହ ବିନମ୍ରତାର ସହ ମନା କରିଦେଇଥିଲେ । ବୁମରାହ କାହିଁକି ଉପ-ଅଧିନାୟକ ପଦକୁ ମନା କଲେ, ସେନେଇ କୌଣସି ସ୍ପଷ୍ଟ କାରଣ ସାମ୍ନାକୁ ଆସିନାହିଁ ।

ବର୍ତ୍ତମାନ ବୁମରାହ ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବା ନେଇ କୌଣସି ଆନୁଷ୍ଠାନିକ ଘୋଷଣା କିମ୍ବା ରିପୋର୍ଟ ନାହିଁ । ୨୦୨୫ ମେଗା ନିଲାମ ପୂର୍ବରୁ ମୁମ୍ବାଇ ତାଙ୍କୁ ୧୮ କୋଟି ଟଙ୍କାରେ ରିଟେନ୍ କରିଥିଲା, ଯେଉଁଥିରୁ ସ୍ପଷ୍ଟ ହୁଏ ଯେ ଦଳ ତାଙ୍କୁ କେତେ ଗୁରୁତ୍ୱ ଦିଏ । ତେବେ ନେତୃତ୍ୱ ଗୋଷ୍ଠୀରେ ତାଙ୍କୁ ପୂର୍ଣ୍ଣକାଳୀନ ଦାୟିତ୍ୱ ନ ମିଳିବା ପରେ ଆଗାମୀ ୨୦୨୮ ମେଗା ନିଲାମ ପୂର୍ବରୁ ସେ କ’ଣ ନିଷ୍ପତ୍ତି ନେବେ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ୨୦୨୬ରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଅନୁପସ୍ଥିତିରେ ବୁମରାହ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାଣ୍ଡ-ଇନ୍ ଅଧିନାୟକ ଭାବେ ଦାୟିତ୍ୱ ସମ୍ଭାଳିଥିଲେ ।  ୨୦୧୩ରେ ୧୯ ବର୍ଷ ବୟସରେ ମୁମ୍ବାଇ ପାଇଁ ଡେବ୍ୟୁ କରିଥିବା ବୁମରାହ ଏପର୍ଯ୍ୟନ୍ତ ଖେଳିଥିବା ୧୪ଟି  ସିଜିନରେ ୧୮୭ଟି ୱିକେଟ୍ ନେଇସାରିଛନ୍ତି ଏବଂ ଦଳର ସବୁଠାରୁ ପ୍ରମୁଖ ଖେଳାଳି ଭାବେ ପରିଚିତ ।

Leave A Reply

Your email address will not be published.