Latest Odisha News

BREAKING NEWS

Peru Highway Robbery: ପେରୁ ରାଜପଥରେ ମାସ୍କମ୍ୟାନଙ୍କ ଦୌରାତ୍ମ୍ୟ,୩୦ ରାଉଣ୍ଡ ଗୁଳି ଚଳାଇ ସୁନା ଲୁଟ୍‌, ଦମ୍ପତ୍ତି ଗୁରୁତର

ପେରୁ: ଲୁଟ୍ ପାଇଁ ଫୁଟିଲା ଗୁଳି । ଦକ୍ଷିଣ ଆମେରିକାର ପେରୁ ହାଇୱେର ଭୟଙ୍କର ଗୁଳିମାଡ । ପ୍ରାୟ ୩୦ ରାଉଣ୍ଡ ଗୁଳି ଫୁଟାଇ ସୁନାଗହଣା ଥିବା ବ୍ୟାଗ୍ ଧରି ଚମ୍ପଟ୍ ମାରିଲେ ଲୁଟେରା । ଶୁକ୍ରବାର ଭୋର ପ୍ରାୟ ୬ଟା ୩୦ରେ ଲା-ପର୍ଲା ଜିଲ୍ଲାର ଶାନ୍ତା ରୋଜା ହିଲ୍ ନିକଟ ହାଇୱେରେ ଫୁଟିଛି ଗୁଳି । ଜଣେ ୨୯ ବର୍ଷୀୟ ଭାରତୀୟ ବ୍ୟକ୍ତି ତାଙ୍କ ୩୫ ବର୍ଷୀୟ ପେରୁଭିଆନ ପତ୍ନୀଙ୍କ ସହ କାରରେ ଯାଉଥିବା ବେଳେ କିଛି ମାସ୍କ ପିନ୍ଧା ସନ୍ଦିଗ୍ଧ ହଠାତ୍ ତାଙ୍କ କାରକୁ ଅଟକାଇବାକୁ ଚାରିଆଡୁ ଗାଡି ଲଗାଇ ଘେରାବନ୍ଦୀ କରିଦେଇଥିଲେ । ତାପରେ ଅତର୍କିତ ଆକ୍ରମଣ କରିଥିଲେ । ସୂଚନା ଅନୁସାରେ ଦମ୍ପତ୍ତି ଜର୍ଜ ଚାଭେଜ୍ ବିମାନ ବନ୍ଦରକୁ ଯାଉଥିଲେ । ପାଖରେ ଥିଲା ତାଙ୍କର କିଛି ବ୍ୟାଗ୍ ଓ ସୁଟକେସ୍ । ସୁଟକେସରେ ସୁନା ଗହଣା ଥିବା ସୂଚନା ମିଳିଛି । କାର ଉପରକୁ ପ୍ରାୟ ୩୦ ରାଉଣ୍ଡ ଗୁଳି ଚଳାଇବା ପରେ ବ୍ୟାଗ୍ ଓ ସୁଟକେସ୍ ନେଇ ଫେରାର ହୋଇ ଯାଇଛନ୍ତି ମୁଖାପିନ୍ଧା ଲୁଟେରା । ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟରୁ ଜଣାପଡୁଛି କିଛି ଲୁଟେରା ମାସ୍କ ପିନ୍ଧି ମୁଣ୍ଡରେ ହୁଡ୍ ଦେଇ ଦମ୍ପତ୍ତିଙ୍କ କାରକୁ ଅଟକାଇବା ସହ ଜବରଦସ୍ତି କାରର ଡୋର୍ ଖୋଳିଥିଲେ । କାର ବାହାରେ ଏବଂ ଭିତରକୁ ମଧ୍ୟ ଦମ୍ପତ୍ତିଙ୍କ ଉପରେ ଗୁଳି ଚଳାଇ ବ୍ୟାଗ୍ ନେଇ ଫେରାର ହୋଇଯାଇଥିଲେ ।

ଗୁଳିମାଡରେ ଦମ୍ପତ୍ତି ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କାର୍ ଡ୍ରାଇଭର ମଧ୍ୟ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛି । ପୋଲିସ ସୂଚନା ଅନୁସାରେ ଏହା ଏକ ଯୋଜନାବଦ୍ଧ ଆକ୍ରମଣ ଏବଂ ଲୁଟ୍ । ଆକ୍ରମଣ ପୂର୍ବରୁ ଦମ୍ପତ୍ତିିଙ୍କ ବିଷୟରେ ସମ୍ପୂଣ୍ଣ ର୍ ଡାଟା ନେଇଥିଲେ ଲୁଟେରା ଏବଂ ବହୁସମୟ ଧରି ତାଙ୍କ ପିଛା କରିବା ପରେ ଅତର୍କିତ ଆକ୍ରମଣ କରିଥିଲେ । ଲୁଟ୍ ହୋଇଥିବା ବ୍ୟାଗରେ ସୁନା ଗହଣା ଓ ସୁନା ବିସ୍କୁଟ ଥିବା ସୂଚନା ଥିବା ବେଳେ ପୋଲିସ ଏଯାଏଁ ସଠିକ ସୂଚନା ଦେଇନାହିଁ । ଏହା ଏକ ଲୁଟ୍ ଘଟଣା ବୋଲି ପୋଲିସ ସ୍ପଷ୍ଟ କରିଛି । ପୋଲିସ ଘଟଣାର ଅଧିକ ତଦନ୍ତ ପାଇଁ ସିସିଟଭି ଫୁଟେଜ୍ ଏବଂ ଅନ୍ୟାନ୍ୟ ପାରିପାଶ୍ୱିର୍କ ସ୍ଥିତି ଉପରେ ତଦନ୍ତ କରୁଛି ।

Leave A Reply

Your email address will not be published.