ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ନୂଆ ଡେଥ୍ ୱାରେଂଟ ଜାରି ହୋଇଛି । ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଖୁଂଟରେ ଝୁଲିବେ ୪ ଦୋଷୀ । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଆଜି ଏହି ନିଷ୍ପତି ଶୁଣାଇଛନ୍ତି । ତେବେ କୋର୍ଟଙ୍କ ନିଷ୍ପତି ଆସିବା ପରେ ନିର୍ଭୟାଙ୍କ ମାଆ ଅଶା ଦେବୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ମୁଁ କୋର୍ଟଙ୍କ ନିଷ୍ପତିରେ ଖୁସି । ହେଲେ ବହୁତ ଖୁସି ନୁହେଁ । ଏଥରକୁ ମିଶାଇ ତୃତୀୟ ଥର ପାଇଁ ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଡେଥ୍ ୱାରେଂଟ ଜାରି ହୋଇଛି । ବାରମ୍ବାର ଆଇନର ଗଳାବାଟ ଦେଇ ଦୋଷୀମାନେ ବର୍ତ୍ତିଯାଉଛନ୍ତି । ସେମାନେ ଆଇନ୍ ସହ ଖେଳ ଖେଳୁଛନ୍ତି । ଏବେ ଯାଏଁ ମୋ ଝିଅକୁ ନ୍ୟାୟ ମିଳି ନାହିଁ । ତାକୁ ନ୍ୟାୟ ଦେବା ପାଇଁ ବହୁତ ସଂଘର୍ଷ କରିବାକୁ ପଡୁଛି । ଏବେ ମାର୍ଚ୍ଚ ୩ ତାରିଖରେ ହିଁ ଦୋଷୀଙ୍କୁ ଫାଶୀ ଦିଆଯିବ ବୋଲି ମୁଁ ଆଶା କରୁଛି ବୋଲି ନିର୍ଭୟାଙ୍କ ମା’ କହିଛନ୍ତି ।
BREAKING NEWS
- ଅଶ୍ଳୀଳ ଭିଡିଓ ମାମଲା: ପ୍ରଜ୍ଜ୍ୱଳଙ୍କ ବିରୋଧରେ ଜାରି ହେଲା ଲୁକ୍ ଆଉଟ୍ ନୋଟିସ୍
- ଆସିଲା ବିଜେଡିର ବଳକା ଥିବା ପାର୍ଥୀ ତାଲିକା
- ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ କଲେ ସିସୋଦିଆ
- ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ
- ଏ ପର୍ଯ୍ୟନ୍ତ ସମସ୍ତ ଟି୨୦ ବିଶ୍ୱକପରେ ଖେଳିଛନ୍ତି ରୋହିତ
- ଏକକାଳୀନ ବରଖାସ୍ତ ହେଲେ ଦିଲ୍ଲୀ ମହିଳା ଆୟୋଗରେ କାର୍ଯ୍ୟରତ ୨୨୩ କର୍ମଚାରୀ
- ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ: କଂଗ୍ରେସ ଯଦି ଟିକେଟ ଦିଏ ତେବେ ମୁଁ କଙ୍ଗନାଙ୍କୁ ହରେଇ ଦେବି
- ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ବଢିଲା ଭୋଟିଂ ଟାଇମ
- ତେଲ ସରିଯିବାରୁ ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର
- ପାଇଥାନ ପରେ କୋର ଟିମ୍ ରୁ ଛଟେଇ କଲା ଗୁଗୁଲ