Latest Odisha News

BREAKING NEWS

କାର ସହ ଯୁବକଙ୍କୁ ଜୀଅନ୍ତା ଜାଳିଦେଲେ ଦୁବୃର୍ତ୍ତ! ମୃତଦେହ ଉଦ୍ଧାର, ବାରଙ୍ଗ ପୋଲିସର ତଦନ୍ତ ଜାରି

ବାରଙ୍ଗ: ବାରଙ୍ଗ ଥାନା ଅଧିନରେ ଅଭାବନୀୟ ଘଟଣା । କେହି ଦୁବୃର୍ତ୍ତ ଯୁବକଙ୍କୁ ଜୀଅନ୍ତା ଜାଳିଦେଇଥିବା ସନ୍ଦେହ । କାର ସହ ଯୁବକଙ୍କ ଅଧାପୋଡା ମୃତଦେହ ଉଦ୍ଧାର କରିଛି ପୋଲିସ । ଯୁବକ କାହିଁକି ସେହି ସ୍ଥାନକୁ ଆସିଥିଲେ, କିଏ ହତ୍ୟା କରି କାରରେ ରଖି ପୋଡିଛି ତାର ସୁରାକ୍ ଖୋଜୁଛି ପୋଲିସ । ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ନରେ ବାରଙ୍ଗ ଗୋଡିସାହି ଫାଣ୍ଡି ଅଧିନ ରାମଦାସ ଶିଲ୍ପାଂଚଳ ବେଂଟୁଆ ଗାଁ ନିକଟରେ ଦିନ ଦିପହରେ ଏକ କାର ଜଳୁଥିଲା, ତାଭିତରେ ଜଣେ ଯୁବକ ପୋଡି ହୋଇଯାଉଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ବାରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା । ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିବା ପରେ ଯୁବକଙ୍କ ଅଧାପୋଡା ମୃତଦେହ ଉଦ୍ଧାର କରିଛି ପୋଲିସ ।

ସୂଚନା ଅନୁସାରେ ଗତକାଲି ପ୍ରାୟ ସକାଳଠାରୁ OD05BV9945 ନମ୍ବର ଥିବା କାରଟି ସେହି ସ୍ଥାନରେ ଠିଆ ହୋଇଥିବା ଲୋକ ଦେଖିଥିଲେ । ଅପରାହ୍ନରେ କଣ ଘଟିଲା କେଜାଣି କାର ସହ ଯୁବକଙ୍କୁ ଜଳୁଥିବାର ଲୋକ ଦେଖିଥିଲେ । ଏଭଳି ଅମାନୁଷିକ କାଣ୍ଡ ପଛରେ କାହାର ହାତ ରହିଛି ତାର ତଦନ୍ତ ଚାଲିଥିବା ବେଳେ ପୋଲିସ ସିସିଟିଭି ଯାଂଚ କରିବା ଆରମ୍ଭ କରିଛି । କିନ୍ତୁ କେମିତି ଘଟଣା ଘଟିଲା ସେନେଇ ସଠିକ୍ ସୂଚନା ମିଲିପାରିନାହିଁ । ମୃତ କାର ଚାଳକ ଜଣଙ୍କ ହେଉଛନ୍ତି କଟକ ମଧୁପାଟଣା ଥାନା କଲ୍ୟାଣନଗର ଅଂଚଳର ୪୬ ବର୍ଷୀୟ ସନ୍ତୋଷ କୁମାର ସାହୁ । ସେ କେଉଁ ପରିସ୍ଥିତିରେ ଏଠାକୁ ଆସିଲେ ତାର ତଦନ୍ତ ଚାଲିଥିବା ବେଳେ ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳିଯାଇଛି । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ ଜାରି ରହିଥିବା ବାରଙ୍ଗ ଥାନା ଆଇଆଇସି କହିଛନ୍ତି ।

Leave A Reply

Your email address will not be published.