Latest Odisha News

BREAKING NEWS

ଶ୍ରୀଲଙ୍କା ସିରିଜ୍ ପାଇଁ ରବିବାର ଚୟନ ହେବ ଭାରତୀୟ ଦଳ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନ ଉପରେ ନଜର

ବିଶାଖାପାଟଣା: ନ୍ୟୁଜିଲାଣ୍ଡ ଗସ୍ତ ଶେଷ ହେବା ପରେ ଭାରତୀୟ କ୍ରିକେଟ୍ ଦଳ ନିଜ ଘରୋଇ ମାଟିରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆଏବଂ ଟି-୨୦  ସିରିଜ୍ ଖେଳିବ । ଡିସେମ୍ବର ୧୩ରୁ ୨୭ ତାରିଖ ପର‌୍ୟ୍ୟନ୍ତ ହେବାକୁ ଥିବା ଏହି ସିରିଜ୍ ପାଇଁ ଭାରତୀୟ ଦଳର ଚୟନ ରବିବାର, ନଭେମ୍ବର ୨୯ରେ କରାଯିବ । ମୁଖ୍ୟ ଚୟନକର୍ତ୍ତା ପ୍ରଜ୍ଞାନ ଓଝାଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ବୈଠକରେ ଦଳ ଚୟନ କରାଯିବ । ଏଥିରେ ବିଶେଷ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ୍ ଏବଂ ଦଳକୁ ପ୍ରତ୍ୟାବର୍ତ୍ତନ ଉପରେ ସମସ୍ତଙ୍କ ନଜର ରହିଛି । ଆଇପିଏଲ ୨୦୨୬ ପରଠାରୁ ହାର୍ଦ୍ଦିକ କୌଣସି କ୍ରିକେଟ୍ ଖେଳିନାହାନ୍ତି । ୨୦୨୭ ବିଶ୍ୱକପ୍ ପ୍ରସ୍ତୁତି ଦୃଷ୍ଟିରୁ ଏହି ସିରିଜ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

ଏହା ବ୍ୟତୀତ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯିବ କି ନାହିଁ, ଦିନିକିଆ ଦଳରେ ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳିବ କି ନାହିଁ ଏବଂ ହର୍ଷିତ ରାଣାଙ୍କ ପ୍ରତ୍ୟାବର୍ତ୍ତନ ନେଇ ମଧ୍ୟ ଆଲୋଚନା ହେବ । ଏହି ସିରିଜ୍ ଜରିଆରେ ପୁଣି ଥରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ପଡ଼ିଆରେ ଦେଖିବାକୁ ମିଳିବ । ଟି-୨୦ ଦଳରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା କମ୍ ରହିଛି ଏବଂ ନ୍ୟୁଜିଲାଣ୍ଡ ଗସ୍ତ କରିଥିବା ଦଳର ଅଧିକାଂଶ ଖେଳାଳିଙ୍କୁ ବଜାୟ ରଖାଯାଇପାରେ । ଭାରତ ବନାମ ଶ୍ରୀଲଙ୍କା ସିରିଜ୍ ସୂଚୀ (ଡିସେମ୍ବର ୨୦୨୬): ଡିସେମ୍ବର ୧୩: ପ୍ରଥମ ଦିନିକିଆ (ବିଶାଖାପାଟଣା), ଡିସେମ୍ବର ୧୬: ଦ୍ୱିତୀୟ ଦିନିକିଆ (ବେଙ୍ଗାଲୁରୁ), ଡିସେମ୍ବର ୧୯: ତୃତୀୟ ଦିନିକିଆ (ଅହମ୍ମଦାବାଦ), ଡିସେମ୍ବର ୨୨: ପ୍ରଥମ ଟି-୨୦ (ରାଜକୋଟ), ଡିସେମ୍ବର ୨୪: ଦ୍ୱିତୀୟ ଟି-୨୦ (କଟକ – ବାରବାଟୀ ଷ୍ଟାଡିୟମ୍), ଡିସେମ୍ବର ୨୭: ତୃତୀୟ ଟି-୨୦ (ପୁଣେ) ।

Leave A Reply

Your email address will not be published.