ଭୁବନେଶ୍ୱର: ଏଣିକି ବିଦ୍ୟୁତ ଆଘାତରେ ମୃତ୍ୟୁ ହେଲେ ମିଳିବ ଅଧିକ ଆର୍ଥିକ ସହାୟତା । ବିଧାନସଭାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେ ଏନେଇ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । କେବଳ ମୃତ୍ୟୁ ନୁହେଁ ବରଂ ବିଦ୍ୟୁତ୍ ତାର ଲାଗି ଆହତ ହେଲେ ମଧ୍ୟ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ମିଳିବ ।
ବିଦ୍ୟୁତ ତାର ଲାଗି ଜୀବନ ଗଲେ ୪ ଲକ୍ଷ ଟଙ୍କା ମିଳିବ । ଶରୀର ୬୦ ପ୍ରତିଶତ ଜଳି ନଷ୍ଟ ହୋଇଥିଲେ ୨ ଲକ୍ଷ ଟଙ୍କା ମିଳିବ । ବିଦ୍ୟୁତ୍ ଆଘାତରେ ୪୦ରୁ ୬୦ ପ୍ରତିଶତ କ୍ଷତି ହୋଇଥିଲେ ୫୯ ହଜାର ୫ଶହ ଟଙ୍କା ମିଳିବ । ସେହିପରି ସପ୍ତାହରୁ ଅଧିକ ଦିନ ଧରି ମେଡିକାଲରେ ଚିକିତ୍ସିତ ହେଉଥିଲେ ୧୨ ହଜାର ଟଙ୍କା ମିଳିବ । ସପ୍ତାହକରୁ କମ୍ ସମୟ ଚିକିତ୍ସା ହେଲେ ୪ ହଜାର ୫ଶହ ଟଙ୍କା ମିଳିବ । ତେବେ କେବଳ ମଣିଷ ନୁହେଁ ବିଦ୍ୟୁତ୍ ଆଘାତରେ ଯଦି ଗାଈ, ମଇଁଷି ମରନ୍ତି ତେବେ ୩୦ ହଜାର ଟଙ୍କା ମିଳିବ । ଛେଳି, ମେଣ୍ଢା, ଘୁଷୁରୀ ପ୍ରାଣ ହରାଇଲେ ୩ ହଜାର ଟଙ୍କା, କୁକୁଡା ଫାର୍ମ ନଷ୍ଟ ହୋଇଥିଲେ ୫ ହଜାର ଟଙ୍କା କ୍ଷତି ପୂରଣ ବାବଦକୁ ମିଳିବ । ଏନେଇ ରାଜ୍ୟ ସରକାର ବିଦ୍ୟୁତ ନିୟାମକ ଆୟୋଗଙ୍କୁ ସୁପାରିଶ କରିଛନ୍ତି ।
BREAKING NEWS
- ଦୁଇ ଶ୍ରମିକ ଗୋଷ୍ଠୀ ମଧ୍ୟରେ ମାରପିଟ୍; ଚାଲିଗଲା ଜଣଙ୍କ ଜୀବନ, ୫ ଆହତ
- BJD Press Meet: ଭୋଟରଙ୍କ ନାମ ବାଦ୍ ପଡିବା ନେଇ ସନ୍ଦେହ ପ୍ରକାଶ କଲା ବିଜେଡି
- ଉଦଘାଟନ ପୂର୍ବରୁ HPCL ରିଫାଇନାରୀରେ ଅଗ୍ନିକାଣ୍ଡ, ପ୍ରଧାନମନ୍ତ୍ରୀ କରିଥାନ୍ତେ…
- JEEResult 2026:ପ୍ରକାଶ ପାଇଲା JEE (ମେନ୍) ସେସନ-୨ ରେଜଲ୍ଟ; ୨୬ ପ୍ରାର୍ଥୀଙ୍କର ସ୍କୋର ୧୦୦ ପ୍ରତିଶତ
- ହେପାଟାଇଟିସ୍ ଠାରୁ ସିରୋସିସ୍ ପର୍ଯ୍ୟନ୍ତ, କେବେ ଲିଭର ସମସ୍ୟା ଜୀବନ ପାଇଁ ବିପଦପୂର୍ଣ୍ଣ ହୁଏ?
- Plane Crash:ଛତିଶଗଡ଼ରେ ବିମାନ ଦୁର୍ଘଟଣାର ଖବରକୁ ଖଣ୍ଡନ କଲେ ଅଧିକାରୀ;କହିଲେ-“କୌଣସି ପ୍ରମାଣ ନାହିଁ”
- କାନାଡାକୁ ଟ୍ରମ୍ପଙ୍କ ଧମକ: “ଚୀନ ସହିତ ବାଣିଜ୍ୟ ଚୁକ୍ତି ଶେଷ କର, ନଚେତ୍ ଲାଗୁ ହେବ ୧୦୦ ପ୍ରତିଶତ ଶୁଳ୍କ
- Assembly Elections: ଆସନ୍ତା ୪୮ ଘଣ୍ଟା ପାଇଁ ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ‘dry day’ଘୋଷଣା
- ଫିଲ୍ମ ନିର୍ମାତା ଆଟଲିଙ୍କ ଘରକୁ ଆସିଲା କୁନି ଅତିଥି
- ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୩ ଦିନ ଲାଗି ସ୍କୁଲ ଛୁଟି
Comments are closed.