ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ ତାଜହମଲ ପରିସରକୁ ଯାଇପାରିବ ନାହିଁ । ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବାରଣ କରାଯାଇଛି । ତାଜମହଲ ସଂରକ୍ଷଣକୁ ଦୃଷ୍ଟିରେ ରଖି ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ ।
କୋର୍ଟ କହିଛନ୍ତି ଯେ, ତାଜମହଲ ପରିସର ଭିତରକୁ କୌଣସି ଗାଡି ଯାଇ ପାରିବ ନାହିଁ । ଏହାର ୫ଶହ ମିଟର ପରିସୀମା ମଧ୍ୟରେ ପେଟ୍ରୋଲ ତଥା ଡିଜେଲ ଚାଳିତ ଯାନ ଯାଇପାରିବ ନାହିଁ । ତାଜମହଲକୁ ପ୍ରଦୂଷଣରୁ ବଂଚାଇବା ପାଇଁ ହୋଇଥିବା ଆବେଦନର ଶୁଣାଣି କରି ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ତାଜମହଲକୁ ସଂରକ୍ଷଣ ଦିଅ ଅବା ଏହାକୁ ବନ୍ଦ କରି ଦିଅ ବୋଲି ସୁପ୍ରିମକୋର୍ଟ କଡା ଭାଷାରେ କହିଛନ୍ତି ।
ଆସନ୍ତା ୨୪ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ଗସ୍ତ ବେଳେ ସେ ଆଗ୍ରା ଯାଇ ତାଜମହଲ ଦେଖିବେ । ଏହି ସମୟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସୁପର କାର ତାଜହମଲ କ୍ୟାମ୍ପସ ଭିତରକୁ ପ୍ରବେଶ କରିବ ବୋଲି ସୂଚନା ମିଳିଥିଲା । ଏହାକୁ ନେଇ ବିବାଦ ଉପୁଜିଥିଲା ।
BREAKING NEWS
- Loknath Pankodhar Ekadashi: ପଙ୍କୋଦ୍ଧାର ଏକାଦଶୀରେ ମଧ୍ୟାହ୍ନ ୧୨ରୁ ସାଧାରଣ ଦର୍ଶନ
- ସରକାରୀ ନିଯୁକ୍ତିରେ କମ୍ପ୍ୟୁଟର ଯୋଗ୍ୟତା ବାଧ୍ୟତାମୂଳକ
- ପୁରୀ ରାଜଭବନ ସମ୍ପର୍କିତ ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ
- ଟାରିଫ ଯୁଦ୍ଧରେ ପଡ଼ିଲା ପୂର୍ଣ୍ଣଛେଦ! ଭାରତୀୟ ରପ୍ତାନିକାରୀଙ୍କ ପାଇଁ ଖୁସି ଖବର, ଆମେରିକା କମାଇଲା ଶୁଳ୍କ
- Minor Minerals: ଲଘୁ ଖଣିଜ ଉପରେ ଅତିରିକ୍ତ ଶୁଳ୍କ ବୃଦ୍ଧି କଲେ ସରକାର;କୋଷାଗାରକୁ ଅଧିକ ଅର୍ଥ…
- EU ସହ ଭାରତର ଡିଲ୍ ଦେଖି ଆମେରିକା ବିଚଳିତ? ମୋଦୀଙ୍କୁ ଫୋନରେ ଟ୍ରମ୍ପ କ’ଣ କହିଲେ…
- ସାହିତ୍ୟ ଓ ସଙ୍ଗୀତର ଯୁଗଳବନ୍ଦୀ: ଅରୁଣ କୁମାର ସାହୁଙ୍କ ପୁସ୍ତକ ‘ପୀଡ଼ା’ ଓ ସଙ୍ଗୀତ ‘ଶୀତୁଆ ସନ୍ଧ୍ୟା’ ଲୋକାର୍ପିତ
- ଫୁଏଲ କଣ୍ଟ୍ରୋଲ ସ୍ୱିଚରେ ତ୍ରୁଟି, ଅଳ୍ପକେ ଟଳିଲା ବଡ଼ ଦୁର୍ଘଟଣା
- କେନ୍ଦ୍ରୀୟ ବଜେଟରେ ଓଡ଼ିଶା ପାଇଁ ୧୦ ହଜାର ୯୨୮କୋଟି ବ୍ୟୟ ବରାଦ
- ବ୍ରହ୍ମପୁରରେ ଆରମ୍ଭ ହେବ ହେଲିକପ୍ଟର ସେବା…
Comments are closed.