Latest Odisha News

BREAKING NEWS

ଶ୍ରଦ୍ଧାଙ୍କୁ ଆଖି ମାରି ପଟାଇଲେ ଟାଇଗର, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ ଅଭିନେତା ଟାଇଗର ଶ୍ରଫ ଓ ଶ୍ରଦ୍ଧା କପୁରଙ୍କ ରୋମାନ୍ସ । ତେବେ ଏହାର ରିଅଲ ଲାଇଫରେ ନୁହେଁ ରିଲ ଲାଇଫରେ । ଅପ କମିଂ ଫିଲ୍ମ “ବାଗି-୩”ର ଏକ ନୂଆ ଗୀତ ରିଲିଜ ହୋଇଛି । ଯେଉଁଥିରେ ଟାଇଗର-ଶ୍ରଦ୍ଧାଙ୍କ ଦମଦାର ଡ୍ୟାନ୍ସ ସାଙ୍ଗକୁ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିଛି ।

ଅଭିନେତା ଜିତେନ୍ଦ୍ର ଏବଂ ଶ୍ରୀଦେବୀଙ୍କ ୮୦ ଦଶକର ସୁପରହିଟ୍ ଗୀତ ‘ବଂକସ୍’ର ଏହା ରିମେକ୍ । ଏହି ଗୀତକୁ ବାପି ଲେହରି, ଦେବ ନେଗି ଓ ଜୋନିତା ଗାନ୍ଧି ଗାଇଛନ୍ତି । ଏହାର ମୁ୍ୟଜିକକୁ ରିକ୍ରିଏଟ୍ କରିଛନ୍ତି ତନିସ୍କ ବାଗଚି ।
ଗୀତଟି ରିଲିଜ ହେବାର କିଛି ଘଂଟା ମଧ୍ୟରେ ହିଁ ସୋସିଆଲ ମିଡିଆରେ ବେଶ ଧମାଲ କରିଛି । ସାଜିଦ ନାଦିଆଦୱାଲାଙ୍କ ପ୍ରଯୋଜନାରେ ତିଆରି ଏହି ଫିଲ୍ମ ହେଉଛି ‘ବାଗି’ ସିରିଜର ତୃତୀୟ ପାର୍ଟ । ଏହାର ଲିଡ୍ ରୋଲରେ ଟାଇଗର ଶ୍ରଫ ଓ ଶ୍ରଦ୍ଧା କପୁର ଥିବାବେଳେ ଅନ୍ୟ ପ୍ରମୁଖ ଭୂମିକାରେ ରିତେଶ ଦେଶମୁଖ ଅଛନ୍ତି ।

Leave A Reply

Your email address will not be published.