Latest Odisha News

BREAKING NEWS

ଶିବରାତ୍ରି ଅବସରରେ ଅଘଟଣ; ପାହାଡରୁ ପଥର ଖସି ୧୫ ଶ୍ରଦ୍ଧାଳୁ ଆହତ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ଶିବରାତ୍ରି ଅବସରରେ ବଡ ଅଘଟଣ ଘଟିଛି । ରାଉରକେଲାର ହାତୀବାରୀ ପୋଲିସ ସୀମା ଅଧିନରେ ଥିବା କନ୍ଦରକେଲାରେ ଜଟିଆ ବାବା ପାହାଡରୁ ପଥର ଖସି ୧୫ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି ।

ସୂଚନା ମୁତାବକ, ଶିବରାତ୍ରି ଅବସରରେ ଶ୍ରଦ୍ଧାଳୁମାନେ ଦର୍ଶନ ଲାଗି ପାହାଡ ଉପରେ ଥିବା ମନ୍ଦିରକୁ ଯାଉଥିଲେ । ସେତେବେଳେ ହଠାତ୍ ପାହାଡରୁ ପଥର ଖସିଥିଲା । ଯାହାଫଳରେ ୧୫ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି ।

ସୂଚନା ପାଇବା ପରେ ହାତୀବାରୀ ପୋଲିସର ଏକ ଟିମ୍ ଅଗ୍ନିଶମ କର୍ମଚାରୀ ଓ ୬ ଆମ୍ବୁଲାନ୍ସ ସହିତ ଘଟଣାସ୍ଥଳରେ ପହଂଚି ସମସ୍ତ ଆହତ ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରିଛି । ଏବଂ ରାଉରକେଲା ସରକାରୀ ଡାକ୍ତରଖାନାରେ ଭତ୍ତି ର୍କ ରିଛି । ୧୦ଜଣ ଶ୍ରଦ୍ଧାଳୁଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଆହତ ୧୫ଜଣଙ୍କ ମଧ୍ୟରେ ୨ଜଣ ଶିଶୁ, ୩ଜଣ ନାବାଳିକା ଓ ବାକି ତକ ମହିଳା ସାମିଲ ଅଛନ୍ତି ।

କିଛି ଶ୍ରଦ୍ଧାଳୁ ଏବେ ବି ପଥର ତଳେ ଫସିରହିଥିବା ସୂଚନା ମିଳିଛି । କାଲି ରାତି ଏହି ଅଂଚଳରେ ବର୍ଷା ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।

Leave A Reply

Your email address will not be published.