Latest Odisha News

BREAKING NEWS

କୁପୱାରାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ; ଭାରତର ପାଲଟା ଜବାବରେ ୧ ପାକ୍ ଯବାନ ନିହତ

କୁପୱାରା: ଜମ୍ମୁ ଓ କାଶ୍ମୀରର କୁପୱାରାରେ ଗୁରୁବାର ରାତି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି । ପାଲଟା ଜବାବରେ ଭାରତୀୟ ସେନାଙ୍କ ଗୁଳିରେ ଜଣେ ପାକିସ୍ତାନୀ ଯବାନ ନିହତ ହୋଇଥିବାବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି ।

ସେନାର ସୂଚନା ମୁତାବକ, ପାକିସ୍ତାନ ଆତଙ୍କବାଦୀଙ୍କୁ ଭାରତରେ ପ୍ରବେଶ କରାଇବା ଉଦ୍ୟମରେ ଅଛି । ପାକିସ୍ତାନର ଅଧିକାରରେ ଥିବା କାଶ୍ମୀରରେ ନୀଲମ ଘାଟି ପାଖରେ କିଛି ଦିନ ହେବ ଆତଙ୍କବାଦୀ ଗତିବିଧି ହେଉଥିବା ଜଣାପଡିଛି । ପାକିସ୍ତାନ ନୀଲମ ଘାଟି ରାସ୍ତା ଦେଇ ଆତଙ୍କବାଦୀଙ୍କୁ ଭାରତ ଭିତରକୁ ପ୍ରବେଶ କରାଉଛି ।

ପାକିସ୍ତାନ ଦ୍ୱାରା ଲଗାତାର ହେଉଥିବା ଅସ୍ତ୍ରବିରତି ଉଲ୍ଲଙ୍ଘନ ଭାରତୀୟ ସୈନ୍ୟଙ୍କ ଧ୍ୟାନ ଏପଟ ସେପଟ କରିବାର ଏକ ସୁଚିନ୍ତିତ ଷଡଯନ୍ତ୍ର ହୋଇପାରେ । କିନ୍ତୁ ଭାରତୀୟ ସେନା ଯେକୌଣସି ପରିସ୍ଥିତିରେ ମଧ୍ୟ ଲଢ଼ିବାକୁ ସମର୍ଥ ଅଛନ୍ତି ।

Leave A Reply

Your email address will not be published.