Latest Odisha News

ମନ୍ଦିରରେ ଦୀପ ଦେବାବେଳେ ଶାଢ଼ୀରେ ନିଆଁ ଲାଗି ମହିଳା ଗୁରୁତର

ବ୍ରହ୍ମପୁର: ବ୍ରହ୍ମପୁର ଝାଡକୁଦା ପଂଚାୟତ କଳାଯମୁନା ଗାଁର ନୀଳକଣ୍ଠେଶ୍ୱର ମନ୍ଦିରରେ ଅଭାବନୀୟ ଘଟଣା । ମନ୍ଦିରରେ ପୂଜା କରି ଦୀପ ଦେବାବେଳେ ଶାଢ଼ୀରେ ନିଆଁ ଲାଗି ମହିଳା ପୋଡିଯାଇଛନ୍ତି ।

ସୂଚନାଯୋଗ୍ୟ, ଶିବରାତ୍ରି ଅବସରରେ ମନ୍ଦିରରେ ପୂଜା କରି ଦୀପ ଦେବା ବେଳେ ଶାଢ଼ୀରେ ନିଆଁ ଲାଗିଯାଇଥିଲା । ଦୀପ ନିଆଁରେ ପୋଡିଯାଇ ମହିଳା ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ ଏମକେସିଜି ଓ ପରେ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି ।

Comments are closed.