ନୂଆଦିଲ୍ଲୀ: କେବେ ଖୋଲିବ ଶାହିନବାଗ ରାସ୍ତା । ସିଏଏ ଏବଂ ଏନଆରିସିକୁ ନେଇ ଶାହିନବାଗରେ ଆନ୍ଦୋଳନ ଜାରି ରହିଥିବା ବେଳେ ଏହାର ସମାଧାନ ପାଇଁ ସୁପ୍ରିମ୍ କୋର୍ଟଙ୍କ ପକ୍ଷରୁ ମଧ୍ୟସ୍ତି ଟିମ୍ ନିଯୁକ୍ତ କରାଯାଇଛି । ଲଗାତର ତିିନି ଦିନ ହେଲା ଆନ୍ଦୋଳନକାରୀଙ୍କ ସହ ମଧ୍ୟସ୍ତି ଟିମ ଆଲୋଚନା କରିିଥିଲେ ମଧ୍ୟ ଏହାର ସମାଧାନର ବାଟ ବାହାରି ପାରୁନାହିଁ ।
ଆଜି ଚତୁର୍ଥ ଦିନରେ ମଧ୍ୟସ୍ତି ଟିମ୍ର ସଦସ୍ୟ ସାଧନା ରାମଚନ୍ଦ୍ରନ ଆନ୍ଦୋଳନକାରୀଙ୍କ ସହ ସାକ୍ଷାତ କରି ଅଲୋଚନା କରିଛନ୍ତି । ରାସ୍ତା ଖୋଲିବାର ବାଟ ବାହାର କରିବା ପାଇଁ ଆନ୍ଦୋଳନକାରୀଙ୍କୁ ବୁଝାଇଛନ୍ତି । ତେବେ ଆନ୍ଦୋଳନକାରୀ ମଧ୍ୟସ୍ତି ଟିମଙ୍କ ପାଖରେ ଅନେକ ଦାବି ରଖିଛନ୍ତି । ପୋଲିସ ନୁହେଁ ସୁପ୍ରମକୋର୍ଟ ଲିଖିତ ଆକାରରେ ଆମକୁ ସୁରକ୍ଷା ପ୍ରତିଶୃତି ଦିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି । ଏଥିସହ ଶାହିନବାଗ ଏବଂ ଜାମିଆର ଲୋକଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଫେରାଇ ନିଆଯାଉ । କେବଳ ସେତିକି ନୁହେଁ ଯେଉଁମାନେ ଶାହିନବାଗର ଲୋକଙ୍କ ବିରୋଧରେ କହିଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଉ ବୋଲି ଆନ୍ଦୋଳନକାରୀମାନେ ଦାବି କରିଛନ୍ତି ।
ଲଗାତର ଦୁଇ ମାସରୁ ଅଧିକ ଦିନ ହେଲା ଶାହିନବାଗରେ ସିଏଏକୁ ବିରୋଧ କରି ଆନ୍ଦୋଳନ ଜାରି ରହିଛି । ଏଥିଯୋଗୁଁ ଶାହିନବାଗ୍ ରାସ୍ତା ବନ୍ଦ ପଡ଼ିଛି । ଫଳରେ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇପଡିଛି । ଏନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।
BREAKING NEWS
- ସମ୍ପତି ମାମଲାରେ ନିଜକୁ କୁଇନ ପ୍ରମାଣିତ କଲେ ବିଜେପି ପ୍ରାର୍ଥୀ କଙ୍ଗନା
- ଚାହା କିମ୍ବା କଫି ପିଉଥିଲେ ସାବଧାନ, ଚେତାବନୀ ଦେଲା ଆଇସିଏମ୍ଆର
- ୩୪୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ଗିରଫ ହେଲେ ଧୀରଜ ୱଧାୱନ
- ରାଜନୀତିରେ ମାଗଣା ବିଜୁଳି: ଆପଣଙ୍କ ବିଲ୍ କ’ଣ ଜୁନ ମାସରୁ ଦେୟମୁକ୍ତ ହୋଇପାରିବ, ପଢ଼ନ୍ତୁ ଏହି ରିପୋର୍ଟ
- ଆଦର୍ଶ ଆଚରଣ ବିଧି ଲାଗୁ ହେବାକୁ ପୂରିଲା ୨ ମାସ: ରିପୋର୍ଟ ଜାରି କଲେ ନିର୍ବାଚନ ଆୟୋଗ
- ନିର୍ବାଚନ ବେଳେ ଭୋଟରମାନେ ନେତାଙ୍କୁ ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ: ରାଜ୍ୟ ନିର୍ବାଚନ ଅଧିକାରୀ
- ଛାଡପତ୍ରର କାରଣ ୫ ଟଙ୍କିଆ କୁରକୁରେ, କାଠଗଡାରେ ସ୍ଵାମୀ-ସ୍ତ୍ରୀ
- ଟି୨୦ ବିଶ୍ୱକପ: ଦ୍ୱିତୀୟ ସେମିଫାଇନାଲ ପାଇଁ ନାହିଁ ରିଜର୍ଭ ଦିବସ
- ଆୟକର କାର୍ଯ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ, ଜଣେ ମୃତ
- ତିହାର ଜେଲ୍କୁ ବୋମାରେ ଉଡାଇ ଦେବାକୁ ଧମକ, ସର୍ଚ୍ଚ ଅପରେସନ ଜାରି