Latest Odisha News

ସୋନଭଦ୍ରରେ ୩୦୦୦ ଟନ ସୁନା ଗଚ୍ଛିତ ଖବରକୁ ଜିଏସଆଇର ଖଣ୍ଡନ

ନୂଆଦିଲ୍ଲୀ: ଉତରପ୍ରଦେଶର ସୋନଭଦ୍ରରେ ୩୦୦୦ ଟନ ସୁନା ଗଚ୍ଛିତ ଖବରକୁ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ (ଜିଏସଆଇ) ପକ୍ଷରୁ ଖଣ୍ଡନ କରାଯାଇଛି । ହରଦୀ ପାହଡରେ କେତେମାତ୍ରାରେ ସୁନା ମିଳିବ ତାହା ସ୍ପଷ୍ଟ ହୋଇ ନାହିଁ । ଜିଏସଆଇ ଏଭଳି ତଥ୍ୟ କାହାକୁ ଦେଇ ନାହିଁ ବୋଲି ମହାନିଦେ୍ର୍ଧଶକ ଏମ.ଶ୍ରୀଧର କହିଛନ୍ତି । ରାଜ୍ୟ ୟୁନିଟ ଯେଉଁ ରିପୋର୍ଟ ଦେଇଛି ତାହା ସମ୍ପୂର୍ଣ୍ଣ ତଥ୍ୟ ଭିତିକ ନୁହେଁ ।

ଅଧିକାରୀଜଣକ ପାହାଡରେ ୨୯୪୩୨୬ ଟନ ଏବଂ ହରଦୀ ବ୍ଲକରେ ୬୪୬.୧୬ କିଲୋଗ୍ରାମ ସୁନା ରହିଛି ବୋଲି ରିପୋର୍ଟ ଦେଇଥିଲେ । ଶ୍ରୀଧରଙ୍କ ମତରେ ପାହାଡରେ ଟନ ପିଛା ୩.୦୩ ପ୍ରତିଶତ ସୁନା ମିଳିବା ସମ୍ଭାବନା ରହିଛି ।

Leave A Reply

Your email address will not be published.