Latest Odisha News

BREAKING NEWS

ଭୀମ ଆର୍ମିର ଭାରତ ବନ୍ଦ ଡାକରା, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଜାତି ଭିତ୍ତିକ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ରବିବାର ଦିନ ଭୀମ ଆର୍ମି ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଯାହାର ପ୍ରଭାବ ଓଡିଶାର କିଛି ଜିଲ୍ଲାରେ ମଧ୍ୟ ଦେଖାଦେଇଛି ।

ପ୍ରାପ୍ତ ସୂଚନାନୁଯାୟୀ ସିଏଏ, ଏନଆରସି ଓ ଅନ୍ୟ ଦାବି ନେଇ ସମ୍ବଲପୁର ସହରରେ ଏହା ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଭୀମ ଆର୍ମିର କର୍ମକର୍ତ୍ତାମାନେ ସମ୍ବଲପୁର ରେଳ ଷ୍ଟେସନରେ ବିରୋଧ ପ୍ରଦର୍ଶନ କରିବା ସହ ଅନେକ ଟ୍ରେନ୍ ଅଟକାଇଦେଇଛନ୍ତି ।

ଏହାର ପ୍ରଭାବରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଗାଡି ଚଳାଚଳ ଓ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି ।

ଅପରପକ୍ଷରେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ପଡିଥିବା ସୂଚନା ମିଳିଛି । ଏଠାରେ ବିଭିନ୍ନ ଦଳିତ ସମାଜ, ଆମ୍ବେଦକର ପାର୍ଟି ଅଫ୍ ଇଣ୍ଡିଆ ଓ ବିଏସପି ପକ୍ଷରୁ ମଧ୍ୟ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

Comments are closed.