ଋାମପୁର: ସାମଜବାଦୀ ପାର୍ଟି ସାଂସଦ ଆଜମ ଖାନ୍ ଓ ତାଙ୍କ ପତ୍ନୀ ଏବଂ ପୁଅକୁ ଜେଲ୍ । ବୁଧବାର ରାମପୁରର ଏଡିଜେ-୬ କୋର୍ଟ ମାର୍ଚ୍ଚ ୨ ପର୍ଯ୍ୟନ୍ତ ସେମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ ୨ରେ ହେବ । ସୂଚନା ଯୋଗ୍ୟ ଯେ, ନିର୍ବାଚନ ବେଳେ ଜାଲ୍ ଜନ୍ମପ୍ରମାଣ ପତ୍ର ଦେବା ଅଭିଯୋଗରେ ଆଜାମ ଖାନ୍ ଓ ତାଙ୍କ ପତ୍ନ୍ୀ ଏବଂ ପୁଅକୁ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ପୂର୍ବରୁ ସେମାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ମଧ୍ୟ ଜାରି ହୋଇିଛି । କୋର୍ଟରେ ହାଜର ହେବାକୁ ବାରମ୍ବାର ନୋଟିସ ହେବା ପରେ ଆଜମ, ତଞ୍ଜିନ ଓ ଅବଦୁଲ୍ଲାହା ହାଜର ହୋଇନଥିଲେ ।
ତେବେ ଆଜି ହାଜର ହେବା ପରେ କୋର୍ଟ ଏହି ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି । ଏପର୍ଯ୍ୟନ୍ତ ଆଜମଙ୍କ ବିରୋଧରେ ୮୮ଟି ମାମଲା ରୁଜୁ କରାଯାଇଛି । ଆଜମ ଖାନଙ୍କ ପୁଅ ଅବଦୁଲ ଆଜମ ଖାନଙ୍କ ବିରୋଧରେ ମଧ୍ୟ ଦୁଇଟି ମାମଲାର ରହିଛି ।
Comments are closed.