ନୂଆଦିଲ୍ଲୀ: ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଯୋଗୁଁ ଦିଳ୍ଲୀ ହିଂସା ହୋଇଥିବା ନେଇ ହାଇକୋର୍ଟରେ ଏକ ମାମଲା ଦାଖଲ ହୋଇଥିଲା । ଏହାର ଶୁଣାଶି ଗୁରୁବାର ଦିଲ୍ଲୀ ହାଇକୋର୍ଟରେ ହୋଇଛି । ଏନେଇ କେନ୍ଦ୍ର ସରକାରଙ୍କୁ କୋର୍ଟ ରିପୋର୍ଟ ତଲବ କରିଛନ୍ତି । ଦିଲ୍ଲୀ ପୋଲିସ କୋର୍ଟର ନିଜ ଜବାବ ଦାଖଲ କରିବା ପାଇଁ ସମୟ ମାଗିଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୧୩ରେ ହେବ ।
ବୁଧବାର ଦିଲ୍ଲୀ ହାଇକୋର୍ଟର ଏକ ଖଣ୍ଡପୀଠ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ହିଂସାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ। ଏଥିସହ ଦିଲ୍ଲୀର ଆଇନଶୃଙ୍ଖଳାକୁ ନିୟନ୍ତ୍ରଣ କରିବାରେ ଦିଲ୍ଲୀ ପୁଲିସ ଅସମର୍ଥ ହୋଇଥିବାରୁ ନିଜର ତୀବ୍ର ଅସନ୍ତୋଷ ଜାହିର କରିଥିଲେ।
ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହ ଆରମ୍ଭରୁ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ହିଂସା ଦଙ୍ଗାର ରୂପ ନେଇଛି। ଆଉ ଏଥିରେ ବର୍ତ୍ତମାନ ସୁଦ୍ଧା ୩୫ଜଣ ପ୍ରାଣ ହରାଇଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇସାରିଲେଣି।
BREAKING NEWS
- ଏଣିକି ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର ଆଉ ହେବନି ଅବହେଳା, ସରକାର ଆଣିବେ ନୂଆ ବ୍ୟବସ୍ଥା
- ସୁପ୍ରିମକୋର୍ଟରେ ପହଞ୍ଚିଲା ଇଣ୍ଡିଗୋ ବିମାନ ସଙ୍କଟ…
- ୨୦ ମ୍ୟାଚ ପରେ ଟସ ଜିତିଲା ଟିମ ଇଣ୍ଡିଆ
- ରାଜ୍ୟରେ ଏତିକି ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ବ ଘର, ଭଡା ଘରେ ଚାଲିଛି ପାଠପଢା…
- Kalibr-PL କ’ଣ? ବୁଡ଼ାଜାହାଜର କ୍ଷମତା ବୃଦ୍ଧି କରିବା ପାଇଁ ରୁଷ ଭାରତକୁ ଦେବ ଏହି କ୍ଷେପଣାସ୍ତ୍ର…
- କୋହଲି, ରୋହିତ ନୁହେଁ ଏହି ଯୁବ ଖେଳାଳିଙ୍କୁ କରାଯାଇଛି ବେଶୀ ସର୍ଚ୍ଚ
- ଗିଲଙ୍କୁ ଭୁଲିଗଲେ ଅଶ୍ୱୀନ, ପରେ ମାଗିଲେ କ୍ଷମା
- ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ
- ବେଆଇନ ପଥର ଗାଡ଼ି ଧରିବାକୁ ଯାଇ ମାଡ଼ ଖାଇଲେ ଦୁଇ କନିଷ୍ଠ ଖଣି ଅଧିକାରୀ
- ଭାରତ-ରୁଷ ଘନିଷ୍ଠତା ପାଇଁ ପୁଟିନ ନୁହେଁ, ଟ୍ରମ୍ପ ଦାୟୀ!
Comments are closed.