Latest Odisha News

BREAKING NEWS

ପ୍ରବଳ ବର୍ଷା ଯୋଗୁଁ ଭଦ୍ରକରେ ବନ୍ୟା ପରିସ୍ଥିତି ଆଶଙ୍କା

ଭୁବନେଶ୍ୱର: ଗତ ୭୨ ଘଣ୍ଟା ଧରି ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାର ବନ୍ୟା ପରିସ୍ଥିତିର ଆଶଙ୍କା ସୃଷ୍ଟି ହୋଇଛି ।
ଜିଲ୍ଲାର ଧାମନଗର ବ୍ଳକରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସାଳନ୍ଦୀର ଉପନଦୀ ରେବା ଓ କପାଳି ନଦୀର ବନ୍ୟା ଜଳ ଅସୁରାଳି ଓ କାସିମପୁର ଗାଁ’ରେ ପ୍ରବେଶ କରିଛି ।

ଏହାଛଡ଼ା ଅନ୍ନପାଳ, ବିଷ୍ଣୁପୁର, ବିନ୍ଧା ଓ ସସୁଆ ଗ୍ରାମ ବନ୍ୟାଜଳ ପ୍ରବେଶ ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ତେବେ ଭଦ୍ରକ ଜିଲ୍ଲାର ଧୁଷୁରୀ ଓ ଧାମନଗର ବ୍ଳକର ୯୨ଟି ଗ୍ରାମ ବନ୍ୟାଜଳରେ ପ୍ରଭାବିତ ହୋଇଛି ।

ଉଭୟ ସାଳନ୍ଦୀ ଓ ବୈତରଣୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଆଖୁଆପଦା ଠାରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି ।

ବୈତରଣୀର ବନ୍ୟାଜଳ ୧୭. ୯୪ ମିଟର ଥିବା ବେଳେ ୧୪.୫୦ମିଟର ଉପରେ ରହିଛି, ତେବେ ଏଠାରେ ବୈତରଣୀ ବିପଦ ସଙ୍କେତ ୧୭.୮୨ ମିଟର ଉପରେ ରହିଛି । ସେହିପରି ଜିଲ୍ଲାର ଅନ୍ୟତମ ବ୍ଲକ ଭଣ୍ଡାରୀପୋଖରୀ ବ୍ଲକର ଦକ୍ଷିଣବାଡ଼ ଗ୍ରାମ ପଞ୍ଚାୟତ ହାଟଡ଼ିହି ରାସ୍ତାରେ ଆଣ୍ଠୁଏ ଲେଖାଏଁ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଗମନାଗମନ ସମ୍ପୂର୍ଣ୍ଣ ବ୍ୟାହତ ହୋଇ ପଡ଼ିଛି ।

ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ବହୁତ ପ୍ରଭାବିତ ହୋଇଛି । ସୁନ୍ଦରଗଡ଼ ସହରର ୧୪ ନମ୍ବର ୱାଡ଼ ମଧ୍ୟରେ ଲୋକଙ୍କ ଘରେ ପାଣି ପଶିଛି । ତେବେ ଏଥିରେ କୌଣସି ଜୀବନହାନୀ ହୋଇଥିବାର ଖବର ଆସିନାହିଁ ।

କୁଟ୍ରା ବ୍ଳକର ସଦର ଅଞ୍ଚଳରେ ମଧ୍ୟ ଲଗାଣ ବର୍ଷା ପ୍ରଭାବିତ କରିଛି । ଏପରିକି ବର୍ଷାଜଳ ସହର ମଧ୍ୟରେ ଥିବା ସେଣ୍ଟ୍ରାଲ ସ୍କୁଲ, ବିଇଓ ଅଫିସ ଏବଂ ପଶୁ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଭିତରେ ମଧ୍ୟ ପ୍ରବେଶ କରିଛି ।

କେନ୍ଦ୍ରାପଡ଼ା ଜିଲ୍ଲାର ୮ଟି ବ୍ଳକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅନେକ ଗ୍ରାମ ପ୍ରଭାବିତ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନ ତଳିଆ ଅଞ୍ଚଳରେ ରହିଥିôôôବା ପ୍ରଭାବିତ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ପ୍ରବଳ ବର୍ଷା ହେବା ନେଇ କେତୋଟି ଜିଲ୍ଲାକୁ ସତର୍କ ସୂଚନା ଦେଇଛନ୍ତି । ସେହି ଜିଲ୍ଲା ଗୁଡ଼ିକ ହେଲା – କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, କନ୍ଧମାଳ ଓ ଭଦ୍ରକ ଜିଲ୍ଲା ।

ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାରେ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ।

Leave A Reply

Your email address will not be published.