Latest Odisha News

BREAKING NEWS

ଦିଲ୍ଲୀର ନୂଆ ପୋଲିସ କମିସନର୍‌ ଭାବେ ଭାର ଗ୍ରହଣ କରିବେ ଏସ. ଏନ. ଶ୍ରୀବାସ୍ତବ

ନୂଆଦିଲ୍ଲୀ: ଦିଲ୍ଲୀରେ ନଗରିକତା ଆଇନ ସପକ୍ଷ ଓ ବିପକ୍ଷ ବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷ ବର୍ତ୍ତମାନ ଅଣାୟତ୍ତ ହୋଇଗଲାଣି । ଏପର୍ଯ୍ୟନ୍ତ ଏହି ହିଂସାରେ ୩୮ ଜଣଙ୍କ ପ୍ରାଣ ଗଲାଣି। ହିଂସାକୁ ରୋକିବାରେ ଦିଲ୍ଲୀ ପୋଲିସର ବିଫଳତାକୁ ସବୁଆଡୁ ଭର୍ତ୍ସନା ମିଳିଲାଣି।

ଏଭଳି ପରିସ୍ଥିତିରେ ଦିଲ୍ଲୀରେ ନିଯୁକ୍ତ ହୋଇଛନ୍ତି ନୂଆ ପୋଲିସ କମିଶନର। ଏହି ଘଡିସନ୍ଧି ମୁହୂର୍ତ୍ତରେ ଦିଲ୍ଲୀ ପୋଲିସର ମଙ୍ଗ ଧରିବେ ଆଇପିଏସ ଅଧିକାରୀ ଏସ. ଏନ. ଶ୍ରୀବାସ୍ତବ।

ବର୍ତ୍ତମାନ ଦିଲ୍ଲୀର ପୋଲିସ କମିଶନର ଥିବା ଅମୂଲ୍ୟ ପଟ୍ଟନାୟକ ଆସନ୍ତା ୨୯ ତାରିଖରେ ଅବସର ନେବେ। ତାଙ୍କ ସ୍ଥାନରେ ନୁଯୁକ୍ତି ପାଇବେ ଏସ. ଏନ. ଶ୍ରୀବାସ୍ତବଙ।

ଜାମ୍ମୁ-କାଶ୍ମୀରରେ ସିଆରପିଏଫରେ ନିଯୁକ୍ତ ଥିବା ୧୯୮୫ ବ୍ୟାଚ୍‌ର ଆଇପିଏସ ଅଧିକାରୀ ଶ୍ରୀବାସ୍ତବଙ୍କୁ ତୁରନ୍ତ ରିଲିଭ୍‌ କରିବା ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ।

ପୂର୍ବରୁ ଦିଲ୍ଲୀ ପୁଲିସ ସ୍ପେଶାଲ ସେଲ୍‌ରେ ସ୍ବତନ୍ତ୍ର ପୁଲିସ କମିଶନର ଥିବା ସମୟରେ ଶ୍ରୀବସ୍ତବ ଆଇପିଏଲ ମ୍ୟାଚ୍‌ ଫିକ୍ସିଂର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଥିଲେ।

Leave A Reply

Your email address will not be published.