ଭୁବନେଶ୍ୱର: କଟକ ଏସ୍ସିବିର ହେବ ନବକଳେବର । ବଡ ମେଡିକାଲକୁ ବିଶ୍ୱସ୍ତରୀୟ ଅନୁଷ୍ଠାନ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଏନେଇ ୧୦ ଜଣିଆ ପରାମର୍ଶ କମିଟି ଗଠନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଜ୍ଞ ଡାକ୍ତରୀ ଦଳଙ୍କୁ ନିଯୁକ୍ତ କରିଛନ୍ତି । ଏସ୍ସିବିକୁ ବିଶ୍ୱସ୍ତରୀୟ ସଂଗଠନରେ ପରିଣତ କରିବା ପାଇଁ ଏହି ୧୦ ଜଣ ଡାକ୍ତରୀ ଦଳଙ୍କ ବିଶେଷ ସହଯୋଗ ରହିବ । ସେମାନଙ୍କ ପରାମର୍ଶରେ ଏସ୍ସିବିକୁ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବା ପାଇଁ ଯୋଜନା ହୋଇଛି ।
ଏହି ୧୦ ଜଣିଆ ପରାମର୍ଶ କମିଟିଙ୍କ ମଧ୍ୟରେ ୭ ଜଣ ପଦ୍ମ ପୁରଷ୍କାର ପ୍ରାପ୍ତ ଡାକ୍ତର ଥିବା ଜଣାପଡିଛି । ଅନ୍ୟ ୪ଜଣ ଏସ୍ସିବି ଆଲୁମିିନି ଅଛନ୍ତି । ଏହି ୧୦ ଜଣିଆ ଡାକ୍ତରୀ ଦଳରେ ସଦ୍ୟ ଅଛନ୍ତି ଡା.ରମାକାନ୍ତ ପଣ୍ଡା, ଡା.ଦେବୀ ସେଟ୍ଟୀ, ଡା.କେ ଶ୍ରୀନାଥ ରେଡ୍ଡୀ, ପ୍ରଫେସର ଡା.ସୁବ୍ରତ ଆଚାର୍ଯ୍ୟ, ପ୍ରଫେସର ଡା. ମୁକୁଟ ମିଞ୍ଜ, ଡା.ରାଜନ ବାଦୱେ, ପ୍ରଫେସର ନରୁଲା, ଡା.ଜିଏନ୍ ରାଓ, ପ୍ରଫେସର ଡା. ଦିଗାମ୍ବର ବେହେରା ଏବଂ ପ୍ରଫେସର ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ।
ବର୍ତ୍ତମାନ ଏସିଆନ ହାର୍ଟ ଇନ୍ଷ୍ଟିଚ୍ୟୁଟର ଭାଇସ ଚେୟାରମ୍ୟାନ୍ ଏବଂ ମ୍ୟାନେଜିଂ ଡାଇରେକ୍ଟର ପଦବୀରେ ଅଛନ୍ତି ରମାକାନ୍ତ ପଣ୍ଡା । ଏଥିସହ ସେ କାର୍ଡିଓ ଭାସକୁଲାର ଥେରାସିକ ସର୍ଜରୀର ମୁଖ୍ୟ କନ୍ସଲଟାଂଟ ଭାବେ କାମ କରୁଛନ୍ତି ।
BREAKING NEWS
- ପାଦ ଥୋଉ ଥୋଉ ଡ୍ରିମଗାର୍ଲଙ୍କ ରଣହୁଙ୍କାର, ‘ବିଜେଡି ସରକାର ବଦଳିବା ଦରକାର’
- ପୁଣି ରାଜନୈତିକ ହିଂସା, ବିଜେଡି ପାର୍ଟି ଅଫିସକୁ ବୋମାମାଡ
- ବନବିଭାଗ କାବୁରେ ସହରରେ ବୁଲୁଥିବା କଲରାପତରିଆ ବାଘ
- ଏବେ ନେପାଳରେ ବ୍ୟାନ ହେଲା ଭାରତୀୟ ଲୋକପ୍ରିୟ ମସଲା ଏମଡିଏଚ ଏବଂ ଏଭରେଷ୍ଟ
- ମେ ଶେଷ ସପ୍ତାହରେ ମାଟ୍ରିକ୍ ଫଳାଫଳ, ମିଳିବ ଡିଜିଟାଲ ପ୍ରମାଣପତ୍ର
- ବାରିପଦା ସହରରେ ବୁଲୁଛି ବାଘ, ଲୋକେ ଭୟଭୀତ
- ଆଜି ବିଜୁଳି ଘଡ଼ଘଡ଼ି ସହ ଅନେକ ସ୍ଥାନରେ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି, ୧୯ରୁ ଲେଉଟିବ ଗ୍ରୀଷ୍ମ ଲହରୀ
- ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେଲା ବୋଲେରୋ, ୧୦ ଆହତ
- ସଇଁତଳାରେ ବିଜେପି କର୍ମୀଙ୍କୁ ଆକ୍ରମଣ, ୧୫ ଜଣଙ୍କ ନାଁରେ ଥାନାରେ ଅଭିଯୋଗ
- କମ୍ପିବ ଓଡ଼ିଶା: ବିଜେପିର ଷ୍ଟାର କ୍ୟାମ୍ପେନର କରିବେ ପ୍ରଚାର, ପିପିଲିରେ ରୋଡ୍ ସୋ କରିବେ ଡ୍ରିମ୍ଗର୍ଲ୍