ବାରିପଦା: ବାରିପଦାସ୍ଥିତ ପି.ଆର.ଏମ୍ ମେଡିକାଲରେ ଚିକିତ୍ସାରତ ବାରିପଦା ମଣ୍ଡଳ କାରାଗାରରେ ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ଘଟିଛି ।
ମୃତକଙ୍କ ନାମ ସୁରଜ ନାଥ ଏବଂ ସେ ସମ୍ବଲପୁର ଜିଲ୍ଲାର ସିକମପୁର ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ସେ ମୟୂରଭଞ୍ଜରେ ରହୁଥିଲେ ।
ମିଳିଥିବା ସୂଚନାନୁଯାୟୀ ନିକଟ ଅତୀତରେ ସେ ପାରିବାରିକ କଳହକୁ କେନ୍ଦ୍ର କରି ପତ୍ନୀ କୁମୁଦିନୀ ମହାକୁଡଙ୍କୁ ପିଟାମରା କରିଥିଲେ। ଯାହାକୁ ନେଇ କୁମୁଦିନୀ ମୋରଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ସୁରଜକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ପରବର୍ତ୍ତୀ ସମୟରେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବାରିପଦା ମଣ୍ଡଳ କାରାଗାରକୁ ପଠାଇ ଦିଆ ଯାଇଥିଲା। ସେଠାରେ ହଠାତ ତାଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କୁ ଜେଲ୍ କର୍ତ୍ତୃପକ୍ଷ ମେଡିକାଲରେ ଭର୍ତ୍ତି କରିଥିଲେ।
ତେବେ ଚିକିତ୍ସାଧିନ ଅବସ୍ଥାରେ ଆଜି ଦିନ ପ୍ରାୟ ୧୨ଟା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ନେଇ ସୁତ୍ରରୁ ପ୍ରକାଶ ।