Latest Odisha News

ନିର୍ଭୟା ମାମଲା: ପବନର ରାଜକ୍ଷମା ଆବେଦନ, ଫାଶୀ ତାରିଖ ଘୁଂଚାଇବାକୁ ମନାକଲେ କୋର୍ଟ

ନୂଆଦିଲ୍ଲୀ: କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ରାଜକ୍ଷମା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଛି ନିର୍ଭୟା ଦୋଷୀ ପବନ ଗୁପ୍ତା । ଫାଶୀ ତାରିଖ ଘୁଂଚାଇବା ପାଇଁ ସେ ଏଭଳି ଯୋଜନା କରିଛି । ପବନର ଓକିଲ ଏପି ସିଂହ ରାଷ୍ଟ୍ରପତିଙ୍କ ତାର ରାଜକ୍ଷମା ଆବେଦନ କରିଛନ୍ତି । ସେପଟେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି । ଆସନ୍ତାକାଲି ଏହି ଘଟଣାରେ ୪ ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଇବା ପାଇଁ ଧାର୍ଯ୍ୟ ହୋଇଥିବା ତାରିଖରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ମନା କରି ଦେଇଛନ୍ତି ଦିଲ୍ଲୀ ପଟିଆଲ ହାଉସ କୋର୍ଟ । ଫାଶୀ ତାରିଖ ଘୁଂଚାଇବା ପାଇଁ ଦୋଷୀମାନେ ଆବେଦନ କରିଥିଲେ । ତେବେ ଏହାକୁ କୋର୍ଟ ଆଗ୍ରାହ୍ୟ କରିଛନ୍ତି ।
ସୂଚନା ଯୋଗ୍ୟ ଯେ, ମାର୍ଚ୍ଚ ୩ ଅର୍ଥାତ ଆସନ୍ତାକାଲି ସକାଳ ୬ଟାରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଇବା ପାଇଁ ଡେଥ୍ ୱାରେଂଟ ଜାରି ହୋଇଛି ।

Leave A Reply

Your email address will not be published.