ଭୁବନେଶ୍ୱର: ସରିଲା ମାଟ୍ରିକ୍ ପରୀକ୍ଷା । ମାର୍ଚ୍ଚ ୧୮ ତାରିଖରୁ ଆରମ୍ଭ ହେବ ଖାତାଦେଖା । ଦୀର୍ଘ ୨୦ ଦିନ ଧରି ମୂଲ୍ୟାୟନ ପ୍ରକ୍ରିୟା ଚାଲିବ । ଏହି ଖାତାଦେଖା ପ୍ରକ୍ରିୟାରେ ୧୫ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହେବ । ୬୨ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହେବ । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି । ଏହାସହ ଚଳିତ ବର୍ଷ ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ପୋଲିସ ଓ ପ୍ରଶାସନକୁ ସେ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।ଚଳିତ ବର୍ଷ ସାରା ରାଜ୍ୟରେ ୫ଲକ୍ଷ ୬୦ ହଜାର ୯୫୦ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି । ୨ ହଜାର ୮୮୮ ପରୀକ୍ଷା କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ହୋଇଛି । ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ଚାରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରାଯାଇଥିଲା । ଏଥିସହ ୧ ହଜାର ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଥିଲା । ସେହିପରି ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ବୁକ୍ଲେଟକୁ ଘରକୁ ଆଣିବା ପାଇଁ ବାରଣ ମଧ୍ୟ କରାଯାଇଥିଲା ।
BREAKING NEWS
- ଆସିଲା ‘ରାଣ୍ଡିପୁଅ ଅନନ୍ତା’ର ଫାଷ୍ଟ୍ ଲୁକ୍..
- ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’କୁ କ୍ୟାବିନେଟ୍ ମୋହର
- ବିସିସିଆଇର ନୂଆ ଘୋଷଣା, ଏଣିକି ଆଇପିଏଲ୍ ଖେଳାଳିଙ୍କୁ ମିଳିବ ଏତେ ଟଙ୍କା
- ନର୍ସିଂ ଆନ୍ଦୋଳନ ସମ୍ପର୍କରେ ବଡ ଖବର ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ
- ଭାରତ ଆଶିର୍ବାଦ, ଇରାକ ଓ ଇରାନ ଅଭିଶାପ; ଜାଣନ୍ତୁ କାହିଁକି ଏଭଳି କହିଲେ ନେତାନ୍ୟାହୁ
- ଭଦ୍ରକ ବିବାଦୀୟ ପୋଷ୍ଟ ମାମଲାରେ ୯ ଅଭିଯୁକ୍ତ ଗିରଫ
- ଟିପିଏସଓଡିଏଲର ଏଚଓଟିଟି କେନ୍ଦ୍ର ଓ ଟ୍ୟାମ୍ପର ଟେଷ୍ଟିଂ ଲ୍ୟାବ ଉଦଘାଟିତ
- ଭୁବନେଶ୍ୱରରେ ଆରମ୍ଭ ହେଲା ପ୍ରୋଡିଜି କ୍ଲାସିକାଲ୍ ଚେସ୍ ଟୁର୍ଣ୍ଣାମେଣ୍ଟ
- ୧୯ ବର୍ଷରୁ କମ ମହିଳା ଟି୨୦ ଟ୍ରଫି: ମଣିପୁର ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଓଡିଶା
- ସ୍କ୍ରବ୍ ଟାଇଫସରେ ଜଣେ ମହିମା ସାଧୁ ମୃତ
Comments are closed.