ଭୁବନେଶ୍ୱର: ସରିଲା ମାଟ୍ରିକ୍ ପରୀକ୍ଷା । ମାର୍ଚ୍ଚ ୧୮ ତାରିଖରୁ ଆରମ୍ଭ ହେବ ଖାତାଦେଖା । ଦୀର୍ଘ ୨୦ ଦିନ ଧରି ମୂଲ୍ୟାୟନ ପ୍ରକ୍ରିୟା ଚାଲିବ । ଏହି ଖାତାଦେଖା ପ୍ରକ୍ରିୟାରେ ୧୫ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହେବ । ୬୨ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହେବ । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି । ଏହାସହ ଚଳିତ ବର୍ଷ ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ପୋଲିସ ଓ ପ୍ରଶାସନକୁ ସେ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।
ଚଳିତ ବର୍ଷ ସାରା ରାଜ୍ୟରେ ୫ଲକ୍ଷ ୬୦ ହଜାର ୯୫୦ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି । ୨ ହଜାର ୮୮୮ ପରୀକ୍ଷା କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ହୋଇଛି । ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ଚାରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରାଯାଇଥିଲା । ଏଥିସହ ୧ ହଜାର ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଥିଲା । ସେହିପରି ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ବୁକ୍ଲେଟକୁ ଘରକୁ ଆଣିବା ପାଇଁ ବାରଣ ମଧ୍ୟ କରାଯାଇଥିଲା ।
BREAKING NEWS
- ମଣିପୁରରେ ପୁଣି ହିଂସା: ଆଖିବୁଜା ଗୁଳିମାଡ଼ରେ ଦୁଇ ମହିଳାଙ୍କ ମୃତ୍ୟୁ, ଜଳିଗଲା ଏକାଧିକ ଫାର୍ମହାଉସ୍
- ସାଉଦି ଆରବକୁ ପାକିସ୍ତାନର ଧୋକା ! : ପାକିସ୍ତାନର ମନା ପରେ ଇସ୍ରାଏଲର ସହାୟତା ଲୋଡ଼ିଲା ସାଉଦି ଆରବ
- ରେଳ ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା: ୩ ଦିନ ପାଇଁ ରାସ୍ତା ମଝିରୁ ଫେରିବ ଏକାଧିକ ମେମୁ ଟ୍ରେନ୍
- ଭାରତକୁ ଫେରିବ ଫର୍ମୂଲା ୱାନ: ସରକାର ଗଠନ କଲେ ଟାସ୍କ ଫୋର୍ସ
- ଚଳିତ ମୌସୁମୀରେ ନୂଆ ରେକର୍ଡ: ବଙ୍ଗୋପସାଗରରେ ସୃଷ୍ଟି ହେଲାଣି ୧୧ଟି ଲଘୁଚାପ
- ମହଙ୍ଗା ଜାଲରେ ଛନ୍ଦି ହେଲାଣି ମଧ୍ୟବିତ୍ତ ପରିବାର: ଦରଦାମ ନିୟନ୍ତ୍ରଣ କରିବାରେ ପ୍ରଶାସନ ଫେଲ୍!
- ଏମକେସିଜି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ
- ଟି୨୦ ଆନ୍ତର୍ଜାତୀୟରେ ଜସପ୍ରୀତ ବୁମରାଙ୍କ ବିଶ୍ୱ ରେକର୍ଡ
- ଜନ୍ତର ମନ୍ତର ହିଂସା ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ଜାମିନ ପ୍ରଦାନ କଲେ ପଟିଆଲା ହାଉସ କୋର୍ଟ
- ୟୁପିଆଇ କାରବାର ନେଇ ନୂଆ ନିୟମ:ଜାଣନ୍ତୁ ନୂଆ ସ୍ଲାବ୍

Comments are closed.