ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ମାମଲାରେ ସୁପ୍ରିମକୋର୍ଟ ସୋମବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏହି ମାମଲା ବଡ ଖଣ୍ଡପୀଠକୁ ଯିବନି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଏନ୍.ବି ରମନ୍ନା, ଜଷ୍ଟିସ ସଂଜୟ କିଶନ କୌଲ, ଜଷ୍ଟିସ ଆର୍.ସୁଭାଷ ରେଡ୍ଡୀ, ଜଷ୍ଟିସ ବି.ଆର୍ ଗୋୱଇ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି ।
ଧାରା ୩୭୦ ଉଚ୍ଛେଦକୁ ନେଇ ସୁପ୍ରିମକୋର୍ଟରେ ୨୩ଟି ଆବେଦନ ହୋଇଛି । ଏହାର ବୈଧତା ନେଇ ଆବେଦନରେ ପ୍ରଶ୍ନ କରାଯାଇଥିଲା । ଆବେଦନକାରୀମାନେ ମାମଲାକୁ ବଡ ଖଣ୍ଡପୀଠକୁ ପଠାଇବା ପାଇଁ ଦାବି କରିଥିଲେ । ଗତ ଜାନୁଆରୀ ୨୩ ତାରିଖରେ ସର୍ବୋଚ୍ଚ ଅଦାଲତ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ।
BREAKING NEWS
- ଆଡିଲେଡରେ ରିଚାର୍ଡ୍ସ, ଲାରାଙ୍କ ରେକର୍ଡ ଭାଙ୍ଗିବେ କୋହଲି
- କନ୍ଧମାଳ ପୋଲିସ ଆଗରେ କ୍ୟାଡର ମାଓବାଦୀର ଆତ୍ମସମର୍ପଣ
- ପୁଣି ରାଜ୍ୟରେ ଦେଖାଦେଇପାରେ ଆଳୁ ସଙ୍କଟ!
- ପ୍ରେମିକଙ୍କ ଦୁର୍ବ୍ୟବହାର ସହିନପାରି ଜୀବନ ହାରିଲେ ପାଇଲଟ୍
- ଶ୍ରୀଲଙ୍କା ୪୨ରେ ଅଲଆଉଟ
- କୋଟିଏ ଟଙ୍କା ଠକେଇ ମାମଲାରେ ସାଇବର ଠକକୁ ବାନ୍ଧିଲା ପୋଲିସ
- ବିଜେପି ଶାସିତ ୭ମ ରାଜ୍ଯ ଭାବେ ଟ୍ୟାକ୍ସ ଫ୍ରି ହେଲା ‘ସାବରମତି ରିପୋର୍ଟ’
- ରେଙ୍ଗାଲିରୁ ଉଦ୍ଧାର ଭୀମସାରରୁ ଅପହୃତ ନବଜାତକ
- ‘ବଡ ସ୍ବପ୍ନ ଦେଖିବା ସହିତ ତାକୁ ସାକାର କରିବାକୁ ଉଦ୍ୟମ ମଧ୍ୟ ଜାରି ରଖିବା ଆବଶ୍ୟକ’
- ଧମକ ପରେ ବଢିଲା ରାଜଧାନୀ ସୁରକ୍ଷା, ନିୟୋଜିତ ହେବେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ
Comments are closed.