Latest Odisha News

BREAKING NEWS

୧୮ ବର୍ଷ ମଧ୍ୟରେ ସବୁଠାରୁ ଖରାପ ପ୍ରଦର୍ଶନ କଲେ ଟିମ୍ ଇଣ୍ଡିଆର ଟପ ଅର୍ଡର ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ:ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଖେଳାଳି ନୈରାଶ୍ୟଜନକ ପ୍ରଦର୍ଶନ କରି ଟେଷ୍ଟ ସିରିଜରେ ୦-୨ରେ ପରାଜିତ ହୋଇଛି । ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ ୧୮ ବର୍ଷ ପରେ ସବୁଠାରୁ ଖରାପ ପ୍ରଦର୍ଶନ କରିଛନ୍ତି । ଆସନ୍ତୁ ଜାଣିବା କାଗଜ କଲମରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ପ୍ରଦର୍ଶନ।
୧.୧୮ ବର୍ଷ ପରେ ନୁ୍ୟଜିଲାଣ୍ଡ ନ୍ୟୁଜିଲାଣ୍ଡ ଘରୋଇ ପରିବେଶରେ ଭାରତକୁ କ୍ଳିନ ସୁଇପ କଲା ।
୨. ଭାରତର ଟପ୍ ୫ଜଣ ବ୍ୟାଟ୍ସମ୍ୟାନ ୪୨୯ ରନ ସଂଗ୍ରହ କରିଥିଲେ । ୨୦୦୨ ପରେ ଏହା ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ ।୩. ବିରାଟ କୋହଲି ୪ ମ୍ୟାଚରେ ୩୮ ରନ କରିଥିଲେ । ତାଙ୍କଠାରୁ ଅଧିକ ରନ ମହମ୍ମଦ ସାମି (୪୪) କରିଥିଲେ ।
୪. ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟରେ ପ୍ରଥମ ଇନିଂସରେ ଭାରତର ୫ ଓ ଦ୍ୱିତୀୟ ଇନିଂସରେ ୭ ଜଣ ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରି ନ ଥିଲେ ।
୫. ନ୍ୟୁଜିଲାଣ୍ଡର ଟିମ୍ ସୌଦି ସର୍ବାଧିକ ୧୪ ଉଇକେଟ ନେଇଥିଲେ । ସେ ମ୍ୟାନ ଅଫ ଦି ସିରିଜ ହୋଇଥିଲେ ।
୬. କାଇଲ ଜେମିସନ ଦ୍ୱିତୀୟ ଟେଷ୍ଟରେ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ସେ ୫ ଉଇକେଟ ୪୯ ରନର ଇନିଂସ ଖେଳିଥିଲେ ।

Leave A Reply

Your email address will not be published.