Latest Odisha News

ବିଜେପି ନେତା କପିଲ ମିଶ୍ରାଙ୍କୁ ମିଳିବ Y+ ସୁରକ୍ଷା

ନୂଆଦିଲ୍ଲୀ: ବିଜେପି ନେତା କପିଲା ମିଶ୍ରାଙ୍କୁ ଦିଆଯିବ Y+ ସୁରକ୍ଷା । ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏଭଳି ବଡ ନିଷ୍ପତି ଦିଲ୍ଲୀ ପୋଲିସ । ଦିଲ୍ଲୀ ହିଂସାରେ କପିଲ ମିଶ୍ରାଙ୍କ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଲୋକଙ୍କୁ ଉସକାଇବା ଭଳି ଅଭିଯୋଗ ତାଙ୍କ ଉପରେ ଲାଗିଛି ।
ଦିଲ୍ଲୀ ପୋଲିସ ମୁତାବକ, କପିଲ ମିଶ୍ରାଙ୍କୁ ଧମକ ମିଳିଥିବାରୁ ତାଙ୍କ ସୁରକ୍ଷାକୁ କଡାକଡି କରିବା ପାଇଁ ପଦକ୍ଷେପ ନିଆଯାଇଛି । କପିଲଙ୍କ ସହ ସିଲମପୁରର ବିଜେପି ନେତା କୌଶଲ ମିଶ୍ରାଙ୍କୁ ମଧ୍ୟ Y+ ସୁରକ୍ଷା ଦିଆଯିବ । କୌଶଲ ମିଶ୍ରାଙ୍କୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ନାସିର ପକ୍ଷରୁ ଧମକ ମିଳିଥିବା କୁହାଯାଉଛି । ଏହି ଦୁଇ ନେତା ଦିଲ୍ଲୀରେ ନାଗରିକତା ଆଇନ୍ ନେଇ ସୃଷ୍ଟି ହୋଇଥିବା ହିଂସା ଦିନ ମୋଜପୁର ଚୌକ ନିକଟରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.