ନୂଆଦିଲ୍ଲୀ: ଇରାନ ନାଗରିକଙ୍କ ପାଇଁ ଜାରି ହୋଇଥିବା ଭିସା ବାତିଲ କରିଛି ଭାରତ । କରୋନା ଭାଇରସର ବଢ଼ୁଥିବା ଭୟକୁ ଦେଖି ଭାରତ ଏଭଳି ନିଷ୍ପତି ନେଇଛି ।
ସୂଚନାଯୋଗ୍ୟ ଯେ, ଚୀନ୍ ପରେ କରୋନା ଭାଇରସର କାୟା ଇରାନ୍କୁ ବିସ୍ତାର ହୋଇଛି । ଏହି ସଂକ୍ରମଣରେ ଏବେ ଇରାନ୍ରେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାର ଲାଗିଛି । ଇରାନରେ ଏଯାଏଁ ୬୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୫୧ ଜଣ ଲୋକ ଏହି ମାରାତ୍ମକ ଭୂତାଣୁ ଯୋଗୁଁ ସଂକ୍ରମିତ ହୋଇଛନ୍ତି ।
ଇରାନ ନାଗରିକ ଏବଂ ଫେବୃଆରୀ ୧ ପରେ ଇରାନ ଯାତ୍ରା ପାଇଁ ବିଦେଶୀ ନାଗରିକଙ୍କ ଜାରି କରିଥିବା ଭିସା ଓ ଇଭିସା ବାତିଲ କରି ଦିଆଯାଇଥିବା ନେଇ ବ୍ୟୁରୋ ଅଫ୍ ଇମିଗ୍ରେସନ ସୋମବାର ଏକ ବୟାନ ଜାରି କରିଛି । ଇରାନରେ ବଡ ସଂଖ୍ୟାରେ ଭାରତୀୟମାନେ ଫସି ରହିଥିବା ସୂଚନା ମିଳିଛି । ଏଥିରେ ଛାତ୍ର, ମତ୍ସ୍ୟଜୀବୀ ଓ ତୀର୍ଥଯାତ୍ରୀ ମଧ୍ୟ ସାମିଲ ଅଛନ୍ତି । ଏହି ଭାତରୀୟଙ୍କୁ ଫେରାଇ ଆଣିବା ପାଇଁ ଚେଷ୍ଟା ଜାରି ରହିଛି ।
BREAKING NEWS
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩
- ତୀରନ୍ଦାଜ ଶୀତଳ ଦେବୀଙ୍କ ବିଶ୍ୱ ରେକର୍ଡ: ପାରା ଏସିଆନ୍ ଗେମ୍ସରେ ସୃଷ୍ଟି କଲେ ଇତିହାସ
- ଖସିଲା ସେନସେକ୍ସ, ନିବେଶକ ହରାଇଲେ ୪.୩ ଲକ୍ଷ କୋଟି…
- ବାଲିଯାତ୍ରା ପଡିଆରେ ନାବାଳକ ହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ!
- ବିସିସିଆଇର ବଡ଼ ଘୋଷଣା; ପ୍ରଜ୍ଞାନ ଓଝା ଚୟନ କମିଟିର ଅଧ୍ୟକ୍ଷ…
- ରଣଜୀ ଟ୍ରଫି: ୭୮ ବର୍ଷ ପରେ ମିଜୋରମର ଚିନ୍ମୟଙ୍କ ୪୦୦ ରନର ଐତିହାସିକ ଇନିଂସ

Comments are closed.