ନୂଆଦିଲ୍ଲୀ: ଇରାନ ନାଗରିକଙ୍କ ପାଇଁ ଜାରି ହୋଇଥିବା ଭିସା ବାତିଲ କରିଛି ଭାରତ । କରୋନା ଭାଇରସର ବଢ଼ୁଥିବା ଭୟକୁ ଦେଖି ଭାରତ ଏଭଳି ନିଷ୍ପତି ନେଇଛି ।
ସୂଚନାଯୋଗ୍ୟ ଯେ, ଚୀନ୍ ପରେ କରୋନା ଭାଇରସର କାୟା ଇରାନ୍କୁ ବିସ୍ତାର ହୋଇଛି । ଏହି ସଂକ୍ରମଣରେ ଏବେ ଇରାନ୍ରେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାର ଲାଗିଛି । ଇରାନରେ ଏଯାଏଁ ୬୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୫୧ ଜଣ ଲୋକ ଏହି ମାରାତ୍ମକ ଭୂତାଣୁ ଯୋଗୁଁ ସଂକ୍ରମିତ ହୋଇଛନ୍ତି ।
ଇରାନ ନାଗରିକ ଏବଂ ଫେବୃଆରୀ ୧ ପରେ ଇରାନ ଯାତ୍ରା ପାଇଁ ବିଦେଶୀ ନାଗରିକଙ୍କ ଜାରି କରିଥିବା ଭିସା ଓ ଇଭିସା ବାତିଲ କରି ଦିଆଯାଇଥିବା ନେଇ ବ୍ୟୁରୋ ଅଫ୍ ଇମିଗ୍ରେସନ ସୋମବାର ଏକ ବୟାନ ଜାରି କରିଛି । ଇରାନରେ ବଡ ସଂଖ୍ୟାରେ ଭାରତୀୟମାନେ ଫସି ରହିଥିବା ସୂଚନା ମିଳିଛି । ଏଥିରେ ଛାତ୍ର, ମତ୍ସ୍ୟଜୀବୀ ଓ ତୀର୍ଥଯାତ୍ରୀ ମଧ୍ୟ ସାମିଲ ଅଛନ୍ତି । ଏହି ଭାତରୀୟଙ୍କୁ ଫେରାଇ ଆଣିବା ପାଇଁ ଚେଷ୍ଟା ଜାରି ରହିଛି ।
BREAKING NEWS
- Saranakula IIC:ଶରଣକୂଳ ପୂର୍ବତନ ଥାନା ଅଧିକାରୀ ନିଲମ୍ବିତ; ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ମହିଳା
- ଆଉ ୪ ଦିନ ପରେ ସଚିନଙ୍କ ରେକର୍ଡ ଭାଙ୍ଗି ପାରନ୍ତି ବୈଭବ
- ଆଇକନ ଫାର୍ମ ହାଉସ ଡକାୟତି ଘଟଣା: ୨୪ ଘଣ୍ଟା ମଧ୍ୟରେ ୭ ଅଭିଯୁକ୍ତ ଗିରଫ,ଲୁଟ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ
- ମାଆ ହେବା ପରେ ମଧ୍ୟ ଜାରୀ ରହିବ କ୍ରିକେଟ କ୍ୟାରିୟର, ଆଇସିସି ଜାରୀ କଲା ନୂଆ ଗାଇଡଲାଇନ
- ଆସନ୍ତା ୨୯ରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ
- SHVR ୨୦୨୫-୨୬ରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ମାନ୍ୟତା
- ‘ଏଲ୍ ନିନୋ’ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ: ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ’
- ଓଡ଼ିଶାର କିଛି ସ୍ଥାନରେ ପ୍ରବେଶ କଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
- ବଦଳିଲା ଓଡ଼ିଶାର ସହର ଓ ଜିଲ୍ଲାର ଇଂରାଜୀ ନାମ
- Hezbollah drone facility: ୨୦୦ ମିଟର ଲମ୍ବା ହିଜବୋଲ୍ଲା ସୁଡ଼ଙ୍ଗ ଠାବ;୫୦ଇରାନୀ ଡ୍ରୋନ୍, କ୍ଷେପଣାସ୍ତ୍ର ଜବତ

Comments are closed.