Latest Odisha News

BREAKING NEWS

ବଜ୍ରପାତ ସହ ବର୍ଷା ଆଶଙ୍କା: ୩ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ପୂର୍ବାନୁମାନ କରାଯାଇଛି ।

ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଏହିସବୁ ଜିଲ୍ଲାଗୁଡିକରେ ବିଭାଗ ପକ୍ଷରୁ ସନ୍ଧ୍ୟା ୬ଟା ଯାଏଁ ସତର୍କ ସୂଚନା ଜାରି କରାଯାଇଛି । ଆହୁରି ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ଜିଲ୍ଳାରେ ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ରହିଥିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସେହିପରି ବାଲେଶ୍ୱର (୩୨.୮), ଚାନ୍ଦବାଲି (୩୩.୨), କଟକ (୩୩.୪), ଭୁବନେଶ୍ୱର (୩୩.୬), ଗୋପାଳପୁର (୩୦.୨), ପୁରୀ (୩୦.୬), ଅନୁଗୁଳ (୩୨.୭), ବାରିପଦା (୩୩.୫), ଝାରସୁଗୁଡା (୩୨.୧) , କେନ୍ଦୁଝର (୩୧.୩), ସମ୍ବଲପୁର (୩୨.୮) ଏବଂ ସୁନ୍ଦରଗଡ (୩୨) ଡିଗ୍ରୀ ସେଲସିୟସ୍ ରହିଛି ।

Leave A Reply

Your email address will not be published.