ନୂଆଦିଲ୍ଲୀ: ଭାରତରେ ୨୮ ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ । ୨୮ ଜଣ କରୋନା ସଂକ୍ରମିତଙ୍କ ରିପୋର୍ଟ ପଜିଟିଭ ରହିଛି ।
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ ଛୁଇଁ ଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଇଟାଲୀ ପର୍ଯ୍ୟଟକ ଅଛନ୍ତି । ଇଟାଲୀୟ ନାଗରିକମାନେ ଗତ ମାସରେ ଭାରତକୁ ବୁଲିବାକୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ରାଜସ୍ତାନ ଜୟପୁରରେ ଅସୁସ୍ଥ ହୋଇ ପଡିଥିଲେ । ଚିକିତ୍ସାରୁ ଜଣାପଡିଥିଲା ଯେ ସେହି ବ୍ୟକ୍ତି ଜଣକ କରୋନାରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିଲା । ଏହାପରେ ତାଙ୍କ ଗ୍ରୁପରେ ଥିବା ଅନ୍ୟ ୧୫ ଜଣଙ୍କ ଦେହରୁ କରୋନା ପଜିଟିଭ ବାହାରିଥିଲା । ଏ ସମସ୍ତଙ୍କୁ ଆଇଟିବିପି କ୍ୟାମ୍ପକୁ ପଠାଇ ଦିଆଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ସେପଟେ ଦିଲ୍ଲୀ ନଏଡାରେ କରୋନା ସନ୍ଦେହରେ ୬ଜଣଙ୍କର ନମୁନା ପରୀକ୍ଷା ହୋଇଛି । ସମସ୍ତ ନମୁନାରେ କରୋନାର କୌଣସି ଲକ୍ଷଣ ନାହିଁ । ସେମାନଙ୍କ ରିପୋର୍ଟ ନେଗେଟିଭ ଥିବା ଜଣାପଡିଛି । ଭାରତରେ କରୋନା ଭାଇରସ ପାଇଁ ମଙ୍ଗଳବାର ସୁଦ୍ଧା ୫ ଲକ୍ଷ ୮୯ ହଜାର ବିମାନବନ୍ଦର ଓ ୧୫୦୦ ଟି ବନ୍ଦର ଯାଂଚ କରାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
BREAKING NEWS
- PG Entrance Test: ମେ’ ୫ରୁ ଅନୁଷ୍ଠିତ ହେବ ପିଜି ପ୍ରବେଶିକା ପରୀକ୍ଷା;୫୦ଟି ସ୍ନାତକୋତ୍ତର ବିଷୟ ପାଇଁ ହେବ
- ଆମେ ପରିଶ୍ରମୀ ଓ ଶ୍ରମିକ ଶ୍ରେଣୀର ଖେଳାଳି, ବଲ ପକାଇବା ଆମ କାମ
- Kapoor’s Ancestral Haveli In Pakistan: ପାକିସ୍ତାନରେ ଅଛି ଭାରତର ଏହି ପ୍ରସିଦ୍ଧ ହିରୋଙ୍କ ଘର, ଅବହେଳାରେ ଧସୁଛି…
- Expeditiously exit Iran:’ଯଥାଶୀଘ୍ର ଇରାନ ଛାଡି ଦିଅ’; ଯୁଦ୍ଧବିରତି ମଧ୍ୟରେ ଭାରତୀୟ ଦୂତବାସର ହାଇ ଆଲର୍ଟ
- LPG Crisis: ଯୁଦ୍ଧବିରତି ଘୋଷଣା ପରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି, ରାଜ୍ୟ ସରକାରଙ୍କୁ କହିଲେ ତୁରନ୍ତ କର ଏହି କାମ…
- ରେକର୍ଡ ସୃଷ୍ଟି କଲା ଅକ୍ଷୟଙ୍କ ଭୂତ ବଙ୍ଗଲା ଟ୍ରେଲର
- ଜନ୍ମଦିନରେ ନୂଆ ଲୁକରେ ଆସିଲେ ଅଲ୍ଲୁ ଅର୍ଜୁନ
- ୧୫ ଦିନର ଅସ୍ତ୍ରବିରତି: ହ୍ରାସ ହେବ କି ବିମାନ ଭଡା, ଫୁଏଲ୍ ସରଚାର୍ଜ ଉପରେ କ’ଣ ପ୍ରଭାବ ପଡ଼ିବ?
- LPG cylinder at ₹500: ଏଲପିଜି ସଙ୍କଟ ମଧ୍ୟରେ, ମାତ୍ର ୫୦୦ ଟଙ୍କାରେ ଟାଙ୍କି ଦେଉଛନ୍ତି ଦୁଇ ଭାଇ
- Isreal Iran US Ceasefire: ମଧ୍ୟପ୍ରାଚ୍ୟରେ ଫେରିଲା ଶାନ୍ତି! ଜାଣନ୍ତୁ ଇରାନର ୧୦-ସୂତ୍ରୀ ସେଇ ଯୋଜନା, ଯାହା ମାନିଲା ଆମେରିକା!
Comments are closed.